OnaKhabar

ଗାଁ ଅପେକ୍ଷା ସହରରେ ଅଧିକ ସଂକ୍ରମଣର ଆଶଙ୍କା: ବାଗଚୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ବାରମ୍ବାର ଲୋକହ୍‌କୁ ସଚେତନ କରୁଛନ୍ତି । ହେଲେ ୧୦୦ରୁ ୯୦ ପ୍ରତିଶତ ଏହା ସଫଳ ହୋଇପାରିଥିବା ବେଳେ ଆଉ ୧୦ ପ୍ରତିଶତ ଲୋକ ଏହାକୁ ମାନୁନାହାନ୍ତି । ଏହାରି ଭାତରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଓଡିଶାରେ ସଂକ୍ରମିତ ୩ ଜଣ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ବେଳେ କାଲି ଏହା ୩ରୁ ୩୦ ତା ପରେ ୩୦୦ ଆଉ ତା ପରେ ୩୦୦୦ ରେ ପହଂଚିବା ବଡ କଥା ନୁହେଁ ବୋଲି ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଆଦି ସହରଗୁଡ଼ିକର ଜନବହୁଳତା ବା ପପୁଲେସନ୍ ଡେନ୍ସିଟି ବିଶ୍ୱର ଅନେକ ବଡ଼ ବଡ଼ ସହରର ଲୋକସଂଖ୍ୟାର ଘନତ୍ୱ ସହିତ ସମାନ । ଭୁବନେଶ୍ୱର ତୁଳନାରେ ପୁରୀରେ ବର୍ଗକିଲୋମିଟ ପିଛା ଲୋକସଂଖ୍ୟାର ଘନତ୍ୱ ଅଧିକ । ସେ କହିଛନ୍ତି, ନ୍ୟୁୟର୍କ ସହରର ଲୋକସଂଖ୍ୟାର ଘନତ୍ୱ ସହ ପୁରୀ ସହରର ଲୋକସଂଖ୍ୟାର ଘନତ୍ୱ ସମାନ । ଉଲ୍ଲେଖଯୋଗ୍ୟ, ନ୍ୟୁୟର୍କ ସହରର ଜନସଂଖ୍ୟାର ଘନତ୍ବ ବର୍ଗ କିଲୋମିଟର ପିଛା ୧୦,୦୦୦। ସେହିଭଳି କୋରାପୁଟ ଜିଲ୍ଲାର ଜୟପୁରର ଲୋକସଂଖ୍ୟାର ଘନତ୍ୱ ସହିତ ଇଟାଲୀର ରୋମ ସହରକୁ ତୁଳନା କରାଯାଇପାରିବ ଏବଂ ରୋମର ଜନସଂଖ୍ୟାର ଘନତ୍ବ ବର୍ଗ କିଲୋମିଟର ପିଛା ୫,୦୦୦ ବୋଲି ବାଗଚୀ ସୂଚନା ଦେଇଥିଲେ।