OnaKhabar

୨୧ ଦିନ ପରେ ଆଉ ବଢିବନି ଲକଡାଉନ ସମୟସୀମା : କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ୱର ମାନଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏପର୍ଯ୍ୟନ୍ତ ୩୩ ହଜାର ଲୋକଙ୍କ ମୁଣ୍ଡ ନେଲାଣି, ୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । ଏହା ଆସ୍ତୋ ଆସ୍ତେ ଭାରତରେ ମଧ୍ୟ ପ୍ରବେଶ କରି ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ପହଂଚିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ସାରା ଦେଶକୁ ଳକଡାଉନ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାର ଅବଧି ଆଉ ବୃଦ୍ଧି ହେବ ନାହିଁ ବୋଲି କେନ୍ଦ୍ର ସଚିବ ରାଜୀବ ଗୋଦା କହିଛନ୍ତି । ତାଲାବନ୍ଦ ଅବଧି ବଢିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ଆଜି କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । କ୍ୟାବିନେଟ ସଚିବ ରାଜୀବ ଗୋବା କହିଛନ୍ତି, ଆଗକୁ ଲକଡାଉନ ବଢିବାର ଯୋଜନା ନାହିଁ । କେନ୍ଦ୍ର ସରକାର ଏଭଳି କୌଣସି ଚିନ୍ତା କରିନାହାନ୍ତି । କରୋନା ମୁକାବିଲା ପାଇଁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଆଜି ଏହା ଷଷ୍ଠ ଦିନରେ ପହଂଚିଛି । ଏହା ପରେ ଅବଧି ପୁଣି ବଢିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ବି ଏ ନେଇ ଅନେକ ଗୁଜବ ଖବର ପ୍ରଚାର ହେଉଥିଲା । ତେବେ ଏଭଳି କିଛି ଯୋଜନା ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କ୍ୟାବିନେଟ ସଚିବ ।