OnaKhabar

କରୋନାରେ ଆମେରିକୀୟ ଗାୟକ ଜୋ ଡିଫିଙ୍କ ମୃତ୍ୟୁ

ୱାଶିଂଟନ: ଆମେରିକାରେ କରୋନା ଅଣାୟତ ହୋଇପଡ଼ିଛି । ଦେଶରେ ବର୍ତମାନ ସୁଦ୍ଧା ୧ଲକ୍ଷ ୪୨ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ ୨୪୮୯ ଜଣଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ରବିବାର ଦେଶର ବିଶିଷ୍ଟ ଗାୟକ ଜୋ ଡିଫି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଜୋଙ୍କ ମୃତ୍ୟୁ ଦେଶର ସଙ୍ଗୀତ ମହଲରେ ଶୋକର ଛାୟା ଖେଳାଇଦେଇଛି । ଗ୍ରାମୀ ପୁରସ୍କାର ବିଜେତା ଜୋ କରୋନାରେ ଆକ୍ରାନ୍ତ ଥିବା ନେଇ ଗତ ଶୁକ୍ରବାର ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ।