OnaKhabar

ଅସହାୟ ପାଲଟିଲା ଆମେରିକା

ନୂଆଦିଲ୍ଲୀ : କରୋନାର କ୍ରମବର୍ଦ୍ଧିଷ୍ଣୁ କାୟା ନିକଟରେ ଆମେରିକା ଅସହାୟ ହୋଇପଡିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମାର୍କିନ୍ ପ୍ରଶାସନ ମଧ୍ୟ ବର୍ଦ୍ଧିତ ଆକ୍ରାନ୍ତ ଓ ମୃତ୍ୟୁ ରୋକିବାରେ ବ୍ୟର୍ଥ ହୋଇଛନ୍ତି । ଏହି ସମୟରେ ସେ ଦେଶର ଜାତୀୟ ଇନଷ୍ଟିିଚ୍ୟୁଟ ଅଫ ଏଲର୍ଜି ଆଣ୍ଡ ଇନଫେକ୍ସନ ଡିଜିଜ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଆକଳନ ଟ୍ରମ୍ପ ପ୍ରଶାସନ ଚିନ୍ତାକୁ ଆହୁରି ବଢାଇ ଦେଇଛି । ସେ କହିଛନ୍ତି, କରୋନା ଭାଇରସ ଟ୍ରମ୍ପ ସରକାରଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେବ । ସଂସ୍ଥାର ନିର୍ଦ୍ଦେଶକ ଡା.ଏନନ୍ଥୋନ୍ନୀ ଫୌସୀଙ୍କ ଅନୁମାନ ଅନୁଯାୟୀ, ଆଗାମୀ ଅଳ୍ପ ଦିନ ମଧ୍ୟ ଆମେରିକାର ଲକ୍ଷାଧିକ ଲୋକ କୋଭିଡ-୧୯ର ଶିକାର ପାଲଟିବେ । ଏପରିକି ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।
ଆମେରିକାର ନ୍ୟୁୟର୍କ ସହରରେ କରୋନାର ପ୍ରଭାବ ସବୁଠାରୁ ଅଧିକ । ନ୍ୟୁୟର୍କର ହଜାର ହଜାର ଲୋକ କୋଭିଡ-୧୯ ସଂକ୍ରମିତ ହେଲେଣି । ହେଲେ ଟ୍ରମ୍ପ ସରକାର କରୋନା ରୋକିବା ନିମନ୍ତେ କ୍ୱାରେଣ୍ଟ।।ଇନ କରିବା ନିଷ୍ପତି ନେଇ ନାହାନ୍ତି । ଆମେରିକାରେ ରବିବାର ସୁଦ୍ଧା ୧.୩ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୩୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି ।