OnaKhabar

ଲାଠି ଧରି ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲ୍ଲାପାଳ

31

ଯାଜପୁର ; ସାରା ଦେଶରେ ଲକଡାଉନ ହୋଇଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସଉଦା କିିଣିବା ପାଇଁ ହଇରାଣ ହରକତ ହେଉଛନ୍ତି । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସଉଦା ଦୋକାନ ଓ ପନିପରିବା ଦେକାନକୁ ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି ସମୟରେ ମଧ୍ୟ ଭିଡ ଲାଗି ରହିଲେ ସମୟକୁ ମଧ୍ୟ ବୃଦ୍ଧି କରାଯିବ । କିନ୍ତୁ ବ୍ୟବସାୟ ସମୟରେ ସୋସିଆଲ ଡିଷ୍ଟାନ୍ସିଂ କୁ ଗୁରୁତ୍ୱ ଦେବାକୁ ପ୍ରତ୍ୟେକ ଦୋକାନୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ହୋଲସେଲ ଦୋକନି ମାନେ ଖୁଚୁରା ଦୋକନ ବନ୍ଦ ଥିବା ସମୟରେ ଖୋଲିବାକୁ ନିର୍ଦ୍ଧେଶ ଦିଆଯାଇଛି । ବିହନ,ସାର,ମାଛ ଖାଦ୍ୟ ଭଳି ଦୋକାନ ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ ଖୋଲାଯିବାକୁ ନିର୍ଦ୍ଧେଶ ଦିଆଯାଇଛି ।