OnaKhabar

କରୋନାକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

39

ମୁମ୍ବାଇ : କରୋନାକୁ ନେଇ ମୁମ୍ବାଇରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ | ଏହା ଦେଶର ପ୍ରଥମ ହତ୍ୟାକାଣ୍ଡ ଘଟଣା ଘଟିଥିବା ଜଣାପଡ଼ିଛି । ଏଠାରେ ସାନଭାଇକୁ ବଡ଼ ଭାଇ ଛୁରୀରେ ଭୁଶି ହତ୍ୟା କରିଛି । ଫଳରେ କରୋନା ଭୟରେ ପୁଣେରୁ ପଳାୟନ କରିଥିବା ସାନ ଭାଇର ମୃତ୍ୟୁ ହୋଇଛି ।  ପୋଲିସ ସୂତ୍ରରୁ ପ୍ରକାଶ ବଡ଼ ଭାଇ ରାଜେଶ ଓ ତାଙ୍କ ସ୍ତ୍ରୀ, ପୁଅଝିଅ ପଡୋସରରେ ରହୁଛନ୍ତି । ରାଜେଶ ସେଲୁନରେ କାମ କରିଥାଏ । ସାନ ଭାଇ ଦୁର୍ଗେଶ ପୁଣେସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ପୁଣେରେ ବ୍ୟାପିଥିବା କରୋନା ଭାଇରସ ପାଇଁ ସେ ସଂକ୍ରମଣରୁ ବର୍ତ୍ତିବା ପାଇଁ ମୁମ୍ବାଇରେ ଥିବା ନିଜର ଭଡ଼ଭାଇ ରାଜେଶଙ୍କ ନିକଟକୁ ଯାଇଥିଲେ । ରାଜେଶ ଓ ତାର ପତ୍ନୀ ବୁଧବାର ଅପରାହ୍ନରେ ପନିପରିବା କିଣିବା ପାଇଁ ବାହାରକୁ ଯାଇଥିଲେ । ଫେରିବା ବେଳକୁ ଦୁର୍ଗେଶ ଓ ରାଜେଶ ମଧ୍ୟରେ ୧୪୪ ଧାରା ଉଲଂଘନ କରିବାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବଢ଼ିବାରୁ ରାଜେଶ ଏକ ଛୁରୀ ଆଣି ଦୁର୍ଗେଶଙ୍କୁ ଆକ୍ରମଣ କରିଥିଲା । ଦୁର୍ଗେଶ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ ।