OnaKhabar

କରୋନା ଲକ୍ ଡାଉନ୍ :ଚାଲୁ ରହିବ ମାଲ ପରିବହନ ଗାଡ଼ି, ରାଜପଥରେ ଖୋଲା ରହିବ ଢାବା

13

ଭୁବନେଶ୍ୱର: ବିଶ୍ୱରେ କାୟା ମେଲାଉଥିବା କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଦେଶ ଏବେ ଲକ୍ ଡାଉନ୍ । କିନ୍ତୁ ଏହି ସମୟରେ ଯାତାୟତ କରିପାରିବ ମାଲ ପରବହନ ଗାଡ଼ି । ଅତ୍ୟାବଶ୍ୟକ ସାମଗ୍ରୀ ସୁରୁଖୁରୁରେ ପରିବହନ ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଯାନଗୁଡ଼ିକ ଚଳପ୍ରଚଳ କରିବା ପାଇଁ କେତେକ ଆନୁଷଙ୍ଗିକ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ଜାତୀୟ ରାଜପଥ କଡ଼ରେ ଥିବା ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟସ୍ ଦୋକାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ପ୍ରତି ୨୦ କିଲୋମିଟର ବ୍ୟବଧାନରେ ଏହି ସବୁ ଦୋକାନ ଖୋଲିବା ନେଇ ପ୍ରଶାସନ ନିଶ୍ଚିତ କରିବାକୁ କୁହାଯାଇଛି। ତା’ ସହିତ ଏହି ଦୋକାନ ସବୁ ସହରଠାରୁ ଦୂରରେ ଖୋଲିବାକୁ କୁହାଯାଇଛି।