OnaKhabar

କରୋନା ଚିନ୍ତା : ୟୁନିଟ-୧ ହାଟକୁ ସ୍ଥାନାନ୍ତର

134

ଭୁବନେଶ୍ୱର : ଦେଶରେ କରୋନା ଭାଇରସ୍ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ବହୁ ବଡ଼ ପଦକ୍ଷେପ ମଧ୍ୟ ନେଇଛନ୍ତି । ଏହି ଭାଇରସକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ନିହାତି ଜରୁରୀ । ଏହି ସାମଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ୟୁନିଟ-୧ ହାଟକୁ ସ୍ଥାନାନ୍ତର କରାଯାଇଛି । ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ଛକ ମଧ୍ୟରେ ବସିବେ ବୋଲି ଜଣାପଡ଼ିଛି । ୟୁନିଟ୍‌-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସି ପରିବା ବିକିପାରିବେ । ପରିବାଦୋକାନ ମଧ୍ୟରେ ଗାଇଡଲାଇନ୍ ଅନୁସାରେ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତୁରନ୍ତ ହାଟ ଖାଲି କରିବା ପାଇଁ ବ୍ୟବସାୟୀମାନଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି । କରୋନା ମହାମାରୀ ମୁକାବିଲା ପାଇଁ ୪୫ଦିନ ପର୍ଯ୍ୟନ୍ତ ଏହି ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନିଆଯାଇଛି ।