OnaKhabar

ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚୀହ୍ନଟ

341

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜେଟିଭ୍  ରୋଗୀ ଚୀହ୍ନଟ । ତୃତୀୟ ପଜେଟିଭ୍ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି  । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପଜେଟିଭ୍ ଚିହ୍ନଟ ବ୍ୟକ୍ତି ଭୁବନେଶ୍ୱର ବୋଲି ସୂଚନା ମିଳିଛି । ବର୍ତମାନ ସୁଦ୍ଧା ଓଡ଼ିଶାରେ ୩ଜଣ କରୋନା ପଜେଟିଭ୍ । ସମସ୍ତ ୩ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି ।
ଓଡ଼ିଶାରେ ପୂର୍ବରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏଥି ସହିତ ଏପର୍ଯ୍ୟନ୍ତ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଜଣ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାଯାଇଛି ।

ମାର୍ଚ୍ଚ ୧୫ରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ଘର ଭୁବନେଶ୍ୱରେ । ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କଠାରେ ‘କରୋନା’ ଭୂତାଣୁ ଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।
୧୯ ତାରିଖରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ। ସେ ବି ଭୁବନେଶ୍ୱରର ଓ ସେ ବିଦେଶରୁ ଫେରିଥିବା ଜଣାପଡ଼ିଥିଲା।

ଭାରତରେକରୋନା ମୃତକଙ୍କ ସଂଖ୍ୟା ବଢି ପହଁଚିଲା ୧୫ ରେ