OnaKhabar

ଭାରତରେକରୋନା ମୃତକଙ୍କ ସଂଖ୍ୟା ବଢି ପହଁଚିଲା ୧୫ ରେ

74

ନୂଆଦିଲ୍ଲୀ : ଲକ ଡାଉନ ସତ୍ୱେ ଭାରତରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କ୍ରମେ ବଢୁଥିବା ଦେଖାଯାଇଛି | ମିଳିଥିବା ସୂଚନା ଅନୁଶାରେ ବର୍ତ୍ତମାନ ସୁଦ୍ଧା କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି ୧୫ ରେ ପହଁଞ୍ଚିଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୪୯ ପହଁଞ୍ଚିଛି |ଆକ୍ରାନ୍ତମାନେ ବିଭିନ୍ନ ରାଜ୍ୟରେ ଚିତ୍କିସିତ ହେଉଛନ୍ତି ।

କରୋନାରେ ସଂକ୍ରମିତ ହୋଇ ଗୁଜୁରାଟ, ମହାରାଷ୍ଟ୍ର ଓ ଜମ୍ମୁ କାଶ୍ମୀରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନାମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ଜଣ ମୃତ୍ୟୁ ବରଣ କରିଛନ୍ତି |

କରୋନା ଭାଇରସ : ଭାରତରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି