OnaKhabar

ଲକ ଡାଉନ ନିୟମ ଉଲ୍ଲଙ୍ଘନ କରି ଭୋଜି କରିବା ମହଂଗା ପଡିଲା : ଗିରଫ ହେଲେ ବିଜେଡିର ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ

143

 

କଳାହାଣ୍ଡି : ଜଣେ ଜନ ପ୍ରତିନିଧି ହୋଇ ନିୟମ ଭାଙ୍ଗିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି | କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ରେ ନିଜର ନୂତନ ନିର୍ମିତ ଗୃହ ପ୍ରବେଶ କରିବାକୁ ବନ୍ଧୁ ବାନ୍ଧବ,ଅତିଥି ଙ୍କୁ ଓ ନିମନ୍ତ୍ରଣ କରିଥିଲେ | ଏହି ଖବର କୌଣସି ସୂତ୍ରରୁ ପାଇ କୋକସରା ପୋଲିସ | ବେହେରା ଗ୍ରାମ ରେ ପହଞ୍ଚି ଲକ ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରେ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି ଙ୍କୁ ନିଜ ହେପାଜତ ରେ ନେଇ କୋକସରା ଥାନା ରେ ଅଟକ ରଖିଥିଲେ |
ତେବେ ଜଣେ ଜନ ପ୍ରତିନିଧି ହୋଇ ସରକାର ଙ୍କ କଟକଣା ସମୟରେ ନିଜ ର ଦାଇତ୍ଵ ଜ୍ଞାନ ଭୁଲି ସରକାରୀ ନିୟମ କୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଏବେ ହରଡ଼ଘଣା ରେ ପଡିଥିବା ଘଟଣା ଚର୍ଚ୍ଚା ର ବିଷୟ ହୋଇଛି | ଏନେଇ କୋକସରା ଥାନା ରେ ଏକ ମାମଲା ରୁଜୁ ହୋଇଥିବା ଓ ଆଇନ ଓ ସରକାରୀ କଟକଣା ଉଲ୍ଲଙ୍ଘନ ଅଭିଯୋଗ ରେ ତାଙ୍କୁ ଥାନା ରେ ଅଟକ ଥିବା ନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି। ପରେ ତାଙ୍କୁ ଗିରଫ କରାଯାଇଛି |
କରୋନା’ର ସ୍ଥିତିକୁ ଦେଖି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଭୋଜି ଆୟୋଜନ ନକରିବାକୁ କୁହାଯାଇଥିଲା। ଯଦି ଭୋଜି ଆୟୋଜନ କରାଯାଏ, ତାହାହେଲେ ବେଶୀ ଲୋକଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ମହାଶୟ ଏହି ନିୟମକୁ ଉଲ୍ଲଂଘନ କରି ଘର ପ୍ରତିଷ୍ଠା ଭୋଜିରେ ୧୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଆଉ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଲୋକମାନେ ସାମିଲ ହୋଇଥିଲେ। ହେଲେ ଭୁଲି ଯାଇଥିଲେ ସରକାର ସମଦୂରତା ଫର୍ମୁଲା। ଲୋକମାନେ ପାଖାପାଖି ବସିଥିବା ଓ ଭୋଜି ଖାଉଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଆଜି ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବନ୍ଧା ହୋଇଛନ୍ତି।