OnaKhabar

ସ୍ବାସ୍ଥ୍ୟ ସଚିବଙ୍କ ଯାଜପୁର ମେଡିକାଲ ଗସ୍ତ

26

ଯାଜପୁର:ଓଡିଶା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଂଜ ବିହାରୀ ଧଳ  ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲ‌େରେ ଥିବା କରୋନା ଆଇସୋଲେସନ୍ ୱାର୍ଡକୁ ବୁଲି ଦେଖିବା ସହ  କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ‌ଲୋକମାନଙ୍କ ପାଇଁ କି କି ବ୍ୟବସ୍ଥା ହୋଇଛି ତାହାର ସମୀକ୍ଷା କରିଛନ୍ତି। ଏଥି ସହ ମହିଳା ଓ ଶିଶୁ ଚିକିତ୍ସା ବିଭାଗକୁ ଯାଇ ସ୍ବଚ୍ଛତା, ରୋଗୀଙ୍କୁ ମିଳୁଥିବା ସେବା ସଂପର୍କରେ ବୁଲି ଦେଖିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଆଇସୋଲେସନ୍ ୱାର୍ଡ ଠାରୁ ଆରମ୍ଭ କରି ରୋଗୀ ଙ୍କୁ ମିଳୁଥିବା ସମସ୍ତ ସେବା ସଂପର୍କରେ ସେ ପଚାରି ବୁଝିବା ସହ କିଛି ତ୍ରୁଟିକୁ ନେଇ  ଅସନ୍ତୋଷ ପ୍ରକାଶ କରିଥିଲେ। ଘରୋଇ କାର୍ଯ୍ୟପାଇଁ ଯାଜପୁର ଆସିଥିବା ବେଳେ  ସେ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ବାସ୍ଥ୍ୟ ସେବା ସଂପର୍କରେ ଟିକିନିକ୍ ବୁଝିବା ସହ କିପରି ରୋଗୀମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ମିଳିବ ‌ତାହା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି।