OnaKhabar

ବଧୂହତ୍ୟା ଅଭିଯୋଗ : ୧୫ ଘଣ୍ଟା ପଡ଼ିରହିଲା ଶବ

28

ନୟାଗଡ : ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଳିସାହି ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାରେ ଶବ ୧୫ ଘଣ୍ଟା ପଡ଼ି ରହିଥିବାବେଳେ ପୁଲିସ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡ଼ି ଗ୍ରାମର ଯୋଗେଶ୍ୱର ପଣ୍ଡାଙ୍କ ଝିଅ ରଶ୍ମିତା କିଛିମାସ ପୂର୍ବେ ମାଳିସାହି ଗ୍ରାମର ବ୍ରଜବନ୍ଧୁ ଦାଶଙ୍କ ସାନପୁଅ ବିପିନ ବିହାରୀ ଦାଶଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିବାବେଳେ ବର ପକ୍ଷରୁ ଆଉ ଦୁଇ ଲକ୍ଷ ଟଙ୍କା ଆଣିବା ପାଇଁ ରଶ୍ମିତାଙ୍କ ଉପରେ ଚାପ ପକାଯାଉଥିଲା । ଏହାକୁ ନେଇ ରଶ୍ମିତାଙ୍କୁ ବାରମ୍ବାର ନିର୍ଯ୍ୟାତନା ଦିଆଯାଉଥିବାବେଳେ ଶୁକ୍ରବାର ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା ସହ ମାରି ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଖବରପାଇ ବିରିଡ଼ି ଗ୍ରାମର ଅନେକ ଲୋକ ମାଳିସାହିରେ ପହଞ୍ôଚବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଫଳରେ ଶୁକ୍ରବାର ଅପରାହ୍ଣ ୫ ଟାରୁ ଶନିବାର ପୂର୍ବାହ୍ଣ ପର୍ଯ୍ୟନ୍ତ ଶବ ପଡ଼ିରହିଥିଲା । ଖବରପାଇ ସଦରଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ କରୋନା ଭୟରେ ଫେରି ଆସିଥିବା ଆଲୋଚନା ହୋଇଥିଲା । ପରେ ଶନିବାର ପୂର୍ବାହ୍ଣରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗ୍ରାମରେ ପହଞ୍ôଚ ଶବ ଉଦ୍ଧାର କରିବା ସହ ବ୍ୟବେଚ୍ଛଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏଥିସହ ପୁଲିସ ରଶ୍ମିତାଙ୍କ ସ୍ୱାମୀ, ଶାଶୂ, ଶ୍ୱଶୁରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।