OnaKhabar

କରୋନା ଚଡକ : ଫିଲ୍ମ ‘ରାଧେ’ ପରେ ଅଟକିଲା ଫିଲ୍ମ ‘ତକ୍ତ’

ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ କରୋନାଭାଇରସ୍ ସଂକ୍ରମଣର ଆଶଙ୍କା ଦେଖାଯିବା ପରେ ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’ ଏବଂ କରଣ ଜୋହରଙ୍କ ‘ତକ୍ତ’ର ସୁଟିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସେହିପରି ଫିଲ୍ମ ‘ପୃଥ୍ବୀରାଜ’ର ସୁଟିଂ ରାଜସ୍ଥାନରେ ହେବାକୁ ଥିବା ବେଳେ କରୋନା ଭୟ ପାଇଁ ସୁଟିଂକୁ ସ୍ଥଗିତ ରଖି ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ଅକ୍ଷୟ। କରଣ ଜୋହରଙ୍କ ଫିଲ୍ମ ‘ତକ୍ତ’ର ସୁଟିଂ ଜୟପୁର ଏବଂ ଜୈସଲମେରରେ ହେବାର ଥିଲା। କିନ୍ତୁ ଏବେ ତାହାକୁ କରୋନଭାଇରସ୍ ପାଇଁ ସ୍ଥଗିତ କରିଦିଆଯାଇଛି।
ଫିଲ୍ମ ‘ତକ୍ତ’ରେ ରଣବୀର ସିଂହ, କରୀନା କପୁର ଖାନ, ବିକି କୌଶଲ, ଭୂମି ପେଡନେକର, ଅନୀଲ କପୁର ଏବଂ ଜାହ୍ନବୀ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ମାର୍ଚ୍ଚ ୭ରେ ଅନୀଲ କପୁର ଏହି ଫିଲ୍ମ ପାଇଁ ପ୍ରସ୍ତୁତ ହେଉଥିବାର ଏକ ଭିଡିଓ ସେୟାର କରିଥିଲେ। ହେଲେ ସୁଟିଂକୁ ସ୍ଥଗିତ କରିଦିଆଯାଇଥିବା ଜଣା ପଡ଼ିଛି।