କିପରି ହେବେ ଉତ୍ତମ ପ୍ରେମିକ.. ଜାଣିରଖନ୍ତୁ କିଛି ଟିପ୍ସ

ଭୁବନେଶ୍ୱର : ଆପଣ ଯଦି କାହାକୁ ଭଲ ପାଆନ୍ତି ଆଉ ସାରା ଜୀବନ ତାଙ୍କ ସହ ଜୀବନ ଅତିବାହିତ କରିବାକୁ ଚାହାନ୍ତି ତାଙ୍କୁ ସମ୍ମ୍‌ାନ କରନ୍ତୁ,ଛୋଟ ଛୋଟ କଥାରେ ବି ଗୁରୁତ୍ୱ ଦିଅନ୍ତୁ ,ନିଜ ର ଭଲ ପାଇବାକୁ ପରିପ୍ରକାଶ କରନ୍ତୁ ।ଅଯଥାରେ ଝଗଡା କରନ୍ତୁ ନାହିଁ । କୌଣସି କଥାରେ ଯଦି କେବେ ଯୁକ୍ତି ହେଉଛି ତେବେ ପରସ୍ପରକୁ କିଛି  ସମୟ  ଦିଅନ୍ତୁ । ଭୁଲ କାହାର ବି ଥାଉ ନିଜ ଆଡୁ ସରି ପ୍ରଥମେ କୁହନ୍ତୁ ।                                                                         
ମନେ ରଖନ୍ତୁ ସରି କହିବା ଦ୍ୱାରା ସମ୍ପର୍କ ମଜଭୁତ ହୁଏ । ଏଇ ଛୋଟ ସରି ଶବ୍ଦ ଆପଣଙ୍କ ଭୁଲବୁଝାମଣା କୁ ଦୁରେଇ ଉଭୟଙ୍କ ପ୍ରତି ଭଲପାଇବା ବଢାଇଥାଏ । ସବୁବେଳେ ନିଜ ପାଟନରଙ୍କର ଖେୟାଲ୍ ରଖନ୍ତୁ ଯାହା ତୁମ ସହ ତାଙ୍କୁ ଯୋଡି ରଖିବ ।ସ୍ପେଶାଲ ଦିନ ଗୁଡିକରେ ଟିକେ ସମୟ ବାହାର କରି ଦୁହେଁ ଦୁହିଙ୍କୁ ସମୟ ନିଶ୍ଚୟ ଦିଅନ୍ତୁ । ନିଜ ପାଟନରଙ୍କୁ ପ୍ରଶଂସା ନିହାତି କରନ୍ତୁ ଯାହାଫଳରେ ସେ ଭାବିବେ ଆପଣ ତାଙ୍କୁ ଏବେବି ବହୁତ ପସନ୍ଦ କରନ୍ତି । ନିଜର ପ୍ରତ୍ୟକ କଥା ତାଙ୍କ ସହ ସେୟାର କରନ୍ତୁ ।