OnaKhabar

କାର ଚାଳକ ଙ୍କୁ ହେଲମେଟ ଫାଇନ

21

ସମ୍ବଲପୁର: ମାର୍ଚ୍ଚ ପହିଲା ରୁ ଟ୍ରାଫିକ ନିୟମ ହେବ କଡା କଡ଼ି। ହେଲେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପୁଲିସ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ଏବେ ଚର୍ଚ୍ଚାରେ । ହେଲମେଟ୍ ପିନ୍ଧି ନଥିବାରୁ କାର ଚାଳକଙ୍କୁ ୧ ହଜାର ଟଙ୍କା ଫାଇନ୍ କରାଯାଇଛି। କାର୍ ଚାଳକଙ୍କୁ ଫାଇନ୍ କରିଛି ସମ୍ବଲପୁର ଟ୍ରାଫିକ ପୁଲିସ।ସମ୍ପୃକ୍ତ କାର ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଝାରୁପଦାର ଚନ୍ଦ୍ର କୁମାର ବେହେରା। ସେ ଏନେଇ ସମ୍ବଲପୁର ଆରଟିଓରେ ଅଭିଯୋଗ କରିଛନ୍ତି। ଗତକାଲି ସେ ବୁର୍ଲା ଅଭିମୁଖେ ଟାଟା ଇଣ୍ଡିଗୋ କାର ରେ ଯାଉଥିବା ବେଳେ ଗତକାଲି ସଂଧ୍ୟାରେ ରାଧାନାଥ କଲ୍ୟାଣ ମଣ୍ଡପଠାରେ ଧରିଥିଲା ପୁଲିସ। ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇ ଫାଇନ୍ କରିଥିଲା। ପୁଲିସ ଚାଲାଣ କାଟି ହେଲମେଟ ପିନ୍ଧି ନଥିବାରୁ ୧ ହଜାର ଫାଇନ କରିଥିଲା ଜଣେ ସବ୍ଇନ୍ସପେର ଅଟକାଇ ଚାଲାଣ କାଟିଥିବା ସୂଚନା ମିଳିଛି। ତେବେ ଏ ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି ।

ହୋଇପାରିବନି ଅନୁପ ସାଏଙ୍କ ନାର୍କୋ ଟେଷ୍ଟ