OnaKhabar

ନେସ୍କୋପାୱାର ଏମ୍ପ୍ଲଇଜ ଇଉନିୟନର ସମାବେଶ

5

ମୟୁରଭଞ୍ଜ : ନେସ୍କୋପାୱାର ଏମ୍ପ୍ଲଇଜ ଇଉନିୟନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସମାବେଶ। ବାରିପଦା ସ୍ଥିତ ଗଣେଶମଣ୍ଡପ ଠାରେ ନେସ୍କୋ ପାଓ।ର ଏମ୍ପ୍ଲୟଇଜ ଇଉନିଅନର ଏକ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ପାୱାର ଏମ୍ପ୍ଲୟଇଜ ଇଉନିଅନର ସାଧାରଣ ସମ୍ପାଦକ ତଥା କୋଡ଼ିନେସନ କମିଟି ନେସ୍କୋ ପାୱାର ଏମ୍ପ୍ଲୟଜ ଇଉନିଅନର ସଦସ୍ୟ ତରକାନ୍ତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଠିକାଦାରମାନଙ୍କ ଦ୍ୱାରା କର୍ମଚାରୀ ଶୋଷଣକୁ ନେଇ ତାଙ୍କ ବକ୍ତବ୍ୟରେ ଉଦବେଗ ପ୍ରକାଶ କରିଥିଲେ। ଅନ୍ୟପଟେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ତୁରନ୍ତ ସରକାରୀ ମନ୍ୟତା ଦେବାକୁ ଦାବି କରିଥିଲେ । ସରକାର ସହୃଦୟତାର ସହ ବିଚାର କରି ସଂଘର ଦାବି ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନ ଜଲେ ଆଗାମୀ ଦିନରେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ସଂଘ ବୋଲି ଚେତାବନୀ ଶୁଣାଇଛନ୍ତି।

କାର ଚାଳକ ଙ୍କୁ ହେଲମେଟ ଫାଇନ