OnaKhabar

ପୁଣି ଗଲା ଗଜରାଜଙ୍କ ଜୀବନ

7

ଖୋର୍ଦ୍ଧା : ପୁଣି ଚାଲିଗଲା ଗଜରାଜଙ୍କ ଜୀବନ । ଜଙ୍ଗଲ କ୍ଷୟ ପାଇଁ ଖାଦ୍ୟ ଅନ୍ୱେଷଣରେ ଗ୍ରାମବସତି ମୁଁହା ହେଉଥିବା ଗଜରାଜ ଆଜି ସଂକଟରେ ପଡିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନଖଣ୍ଡ ଅଂଚଳର ପଟିଆ ଜଙ୍ଗଲ ମଧ୍ୟରେ ଏକ ମାଈ ହାତୀ ମରିପଡିଥିବା ଜଣାପଡିଛି । ହାତୀଟି ଦୁଇଦିନ ତଳୁ ମରିଥିବା ଅନୁମାନ କରାଯାଉଥିବା ବେଳେ ହାତୀ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ଖବର ପାଇ ଟାଙ୍ଗି ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ମୃତ ହାତୀର ସବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର ଓୟୁଏଟିରୁ ଏକ ଡାକ୍ତରୀ ଟିମ ପହଁଚିଥିବା ଜଣାପଡିଛି ।

ହୋଇପାରିବନି ଅନୁପ ସାଏଙ୍କ ନାର୍କୋ ଟେଷ୍ଟ