OnaKhabar

ବ୍ୟାସନଗର ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ନାମରେ ଉଚ୍ଛେଦ କଲେ ଆନ୍ଦୋଳନ ହେବ: ବ୍ୟାସନଗର ଭୂମି ସୁରକ୍ଷା ସମିତି

87

ଯାଜପୁର : ଯାଜପୁର ଆଜି ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ବସ୍ତି ଅଂଚଳରେ ରହୁଥିବା ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ୱ ଭୂମିହୀନ ପରିବାର ୧୯୯୧ ମସିହାରୁ ପଟ୍ଟା ପାଇଁ ନିଜ ନିଜର ଦରଖାସ୍ତ ଜରିଆରେ ଆବେଦନ କରିଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର ଓ ଜିଲ୍ଲା ପ୍ରଶାସନ ଏଯାବତ ପ୍ରତ୍ୟେକ୍ଷ ତଦନ୍ତ ନକରି ତରବରିଆ ଭାବେ ପୌର ପ୍ରଶାସନ କେତେକ ବସ୍ତିରେ ଏକ ତାଲିକା ଦ୍ୱାରା ନାମ ଘୋଷଣା କରିଛନ୍ତି । ଯାହା ପଟ୍ଟା ପ୍ରଦାନ କରିବା ଏକ ପ୍ରହସନ ବୋଲି ଭୂମି ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ମହାନ୍ତି ଦୃଢ ପ୍ରତିବାଦ କରିଛନ୍ତି । ଶ୍ରୀ ମହାନ୍ତି ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି କି ରାଜସ୍ୱ ବିଭାଗ ଓ ପୌରସଂସ୍ଥା ଜରିଆରେ ଜିଲ୍ଲା ଠାରୁ ବସ୍ତି ପର୍ଯ୍ୟନ୍ତ ଏକ କମିଟି ଜରିଆରେ ତଦନ୍ତ କରିବା ଓ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ପଟ୍ଟା ପ୍ରଦାନ କରିବାର ନିଷ୍ପତ୍ତିକୁ ଉପେକ୍ଷା କରାଯାଇଛି । ଏପରିକି ବର୍ଷ ବର୍ଷ ଧରି ମୁଣ୍ଡମାଳ,ଚୋରଦା, ଉମାପଦା, ରମ୍ପାସ, ପଦ୍ମପୁର, ଚାନ୍ଦମା ପ୍ରଭୃତି ରାଜସ୍ୱ ମୌଜା ଗୁଡ଼ିକରେ ଓ.ଇ.ଏ କେଶ୍ ଫଇସଲା ନକରିବା ତଥା ଯେଉଁମାନେ ଏହି କେଶ୍ ରେ ଅନ୍ତର୍ଭୁକ୍ତ ଯାଜପୁର ରୋଡ଼ ଉପନିବନ୍ଧକ କାର୍ଯ୍ୟାଳୟରେ ଜମି କିଣାବିକା କରିପାରିବେ ନାହିଁ । ଏପରିକି ଯେଉଁମାନେ ୨୦ ରୁ ୨୫ବର୍ଷ ଧରି ସରକାରଙ୍କୁ ପାଉତି ଜରିଆରେ ରାଜସ୍ୱ ପ୍ରଦାନ କରୁଥିଲେ ସେମାନଙ୍କର ଖଜଣା ନନେବା ଦ୍ୱାରା ବହୁ ପ୍ରଜା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ତରବରିଆ ଭାବେ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ଆସନ୍ତା ମାର୍ଚ୍ଚ ୫ ତାରିଖରେ “ବିଜୁ ଜୟନ୍ତୀ” ପାଳନ ପରିପ୍ରେକ୍ଷୀରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ନାମରେ ଭଣ୍ଡାଇବା ଯାହା କାଳିଆ ଯୋଜନା ପରି ଲୋକଙ୍କୁ ଠିକିବା ମନୋବୃତ୍ତିକୁ ପ୍ରତ୍ୟାହାର କରିବା ସହ ସର୍ବେକ୍ଷଣରୁ ବାଦ୍ ପଡ଼ିଥିବା ବସ୍ତି ବାସୀନ୍ଦା, ଭୂମିହୀନ ଗରିବ ପରିବାର ଗୁଡ଼ିକୁ ରାଜସ୍ୱ ବିଭାଗ ସେମାନଙ୍କ ନାମକୁ ସ୍ଥାୟୀ ବାସିନ୍ଦା ଭାବେ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ନକଲେ ବହୁ ଶୀଘ୍ର ବ୍ୟାସନଗର ଭୂମି ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସମିତି ପକ୍ଷରୁ ପ୍ରକାଶ କରାଯାଇଛି ।