OnaKhabar

କୁଷ୍ଠ ରୋଗର ସଚେତନା ପାଇଁ ରାଲି

4

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ପ୍ରେସ କ୍ଳବ ଓ ଖୁଣ୍ଟା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମିଳିତ ଆନୁକୂଲ୍ୟରେ କୁଷ୍ଠ ରୋଗର ସଚେତନା ପାଇଁ ଖୁଣ୍ଟା ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ରାଲି ବାହାରି ଖୁଣ୍ଟା ବଜାର ପରିକ୍ରମା କରିଥିଲା । ଉକ୍ତ ବିଦ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗୋପବନ୍ଧୁନଗର ପ୍ରେସ କ୍ଳବର ସଭାପତି ନିମାଇଁ ପ୍ରସାଦ ଦାସ ସଭାପତିତ୍ଵ କରିଥିଲେ। କାର୍ଯ୍ୟକ୍ରମରେ ପ୍ରେସ କ୍ଳବର ସମସ୍ତ ସଦସ୍ୟ, ଖୁଣ୍ଟା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡକ୍ଟର ପରମଜିତ ମହାନ୍ତ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଅନୁଭବ ପଟନାୟକ, ଖୁଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନରଂଜନ ବେହେରା, ବ୍ଲକ କୁଷ୍ଠ କ୍ଷେତ୍ର କର୍ମଚାରୀ (ସୁପରଭାଇଜର)କୃପାସିନ୍ଧୁ ସେଠୀ, ସହକାରୀ ଶିକ୍ଷକ ଶଶୀଧର ବାରିକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୁଳମଣି ନାଏକ, ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁନଗର ବିଡିଓ ରବୀନ୍ଦ୍ର କୁମାର ମଲ୍ଲିକ, ମୁଖ୍ୟବକ୍ତା ଗୋପବନ୍ଧୁନଗର ତହସିଲଦାର ସ୍ୱୟଂ ସ୍ୱସ୍ତିକ୍ ସାହୁ ଯୋଗଦାନ କରି ପ୍ରେସ କ୍ଲବ କେବଳ ସମ୍ବାଦ ପରିବେଷଣ ପାଇଁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ସମାଜ ସେବା ପାଇଁ ଗୋପବନ୍ଧୁନଗର ପ୍ରେସ୍ କ୍ଲବ ଅଣ୍ଟା ଭିଡ଼ି ଯେଉଁ ମହତ କାମ କରୁଛି ସେଥିପାଇଁ ଆମେ ସମସ୍ତେ ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ ।

ଦୁର୍ଘଟଣା ୧ମୃତ , ୨ଗୁରୁତ୍ତର