OnaKhabar

ହୋଇପାରିବନି ଅନୁପ ସାଏଙ୍କ ନାର୍କୋ ଟେଷ୍ଟ

18

ଭୁବନେଶ୍ୱର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ହୋଇପାରିବନି । କାରଣ ସେ ଏହି ଟେଷ୍ଟ ପାଇଁ ରାଜି ନୁହଁନ୍ତି । ଟେଷ୍ଟ ପାଇଁ ସେ ରାଜି ନ ହେବାରୁ ରାୟଗଡ ସିଜିଏମ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଚକ୍ରଧରନଗର ପୋଲିସ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲେ ସୁଦ୍ଧା ଏବେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା । ମାତ୍ର କୋର୍ଟ ଏହାକୁ ଖାରଜ କରିଥିବା ଏହି ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ ବିପି ପଟେଲ ସୂଚନା ଦେଇଛନ୍ତି ।