OnaKhabar

ଦୁର୍ଘଟଣା ୧ମୃତ , ୨ଗୁରୁତ୍ତର

28

ମୟୁରଭଞ୍ଜ : ରାସ୍ତା କଡରେ ଠିଆ ହୋଇଥିବା କ୍ଷୀର ଗାଡିକୁ ଧକ୍କା ଦେଲା ବାଇକ । ବାଇକରେ ଥିବା୩ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ଗୁରୁତ୍ତର ଅବସ୍ଥାରେ ଅନ୍ୟ ୨ଜଣ ଉଦ୍ଧାର । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଅଞ୍ଚଳର କାଦୁଆଣି ଛକରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ କରଞ୍ଜିଆର ମୁକେଶ ମହାକୁଡ଼ ଓ ଗୁରୁତର ଥିବା ଯୁବକଦ୍ବୟ ହେଲେ ଝାଡ଼ଖଣ୍ଡ ରାଜ୍ୟର ଝଲକ ବାନରା ଓ ରରୁଆଁର ବିଜୁ ବାଙ୍କିରା ।

ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ତିନିଜଣ ଯୁବକ ଯୋଶୀପୁରରୁ ରାଇରଙ୍ଗପୁରକୁ ଦ୍ରୁତ ଗତିରେ ଆସୁଥିବା ସମୟରେ କାଦୁଆଣି ଛକରେ ଠିଆ ହୋଇଥିବା ଏକ କ୍ଷୀର ଗାଡିକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଜଣକର ମୃତ୍ୟୁ ହୋଇଯାଇଥିଲା ବେଳେ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା । ଖବରପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।