OnaKhabar

୪୪ ହଜାର ଟପିଲା ସୁନା ଦର

19

ନୂଆଦିଲ୍ଲୀ: ୪୪ ହଜାର ଟପିଲା ସୁନା ଦର | ଏହା ୭ ବର୍ଷ ମଧ୍ୟରେ ସବୁଠୁ ବଡ ରେକର୍ଡ । ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି। ୭ ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର। ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୧୫୦ ଟଙ୍କା ରହିଛି। ଚୀନରେ କରୋନା ଭାଇରସ୍‌କୁ ନେଇ ସୁନା ମାର୍କେଟରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଉଛି।
ସେହିପରି ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି। ରୁପା ଦର ୦.୫୮ ପ୍ରତିଶତ ବୃଦ୍ଧି ହୋଇ କିଲୋ ପିଛା ୪୮ ହଜାର ଟଙ୍କା ପାର୍‌ ହୋଇଛି। ନିବେଶକଙ୍କ ଅନୁସାରେ ଆଗକୁ ସୁନା ଓ ରୁପା ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।