OnaKhabar

ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

6

ଯାଜପୁର : ସ୍ଥାନୀୟ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପ୍ରାୟୋଜିତ ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ୧୨ ଦିନ ଧରି ଚାଲିଥିବା ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ.ସେକ୍‌-ଆବୁତାହିର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀମାନେ ଆତ୍ମରକ୍ଷା ତାଲିମ ମାଧ୍ୟମରେ ସମାଜରେ ଗର୍ବର ସହିତ ବଞ୍ଚି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଉପାଧ୍ୟକ୍ଷ ଡଃ.ଗୋପାଳଚନ୍ଦ୍ର ନନ୍ଦ, ଇଂରାଜୀ ବିଭାଗ ମୁଖ୍ୟ ଡଃ.କୁଶଚନ୍ଦ୍ର ପ୍ରଧାନ, ସଂସ୍କୃତ ବିଭାଗର ମୁଖ୍ୟ ଡଃ. ଅମୂଲ୍ୟ କୃଷ୍ଣ ପାଢୀ ପ୍ରମୁଖ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ନିତ୍ୟାନ୍ତ ଆବଶ୍ୟକ ଏବଂ ସେମାନେ ଯେକୌଣସି ପରିସ୍ଥିତିରେ ଏହି କୌଶଳକୁ ପ୍ରୟୋଗକରି ନିଜକୁ ସୁରକ୍ଷା ଦେଇପାରିବେ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସନାତନ ଦାସ ଶିବିରାର୍ଥୀ ମାନଙ୍କୁ ଦୈନନ୍ଦିନ ଜୀବନରେ ଆତ୍ମରକ୍ଷା କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ବିବେକାନନ୍ଦ ଜେନା, ରଂଜିତ କୁମାର ପହି, ପ୍ରଭାତ କୁମାର ସ୍ୱାଇଁ, ଅଧ୍ୟାପିକା ସୁଜାତା ଓତା, ନରେନ୍ଦ୍ର କୁମାର ବେହେରା ପ୍ରମୁଖଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ । ତାଲିମ ନେଇଥିବା ଛାତ୍ରୀ ଜ୍ୟୋତି ମଟାଣିଆ, ଜୟନ୍ତୀ କୁମାରୀ ଝା କଳାକୌଶଳ ପ୍ରଦର୍ଶନ କରିଥିଲେ । ତନୁସିଂହ, ସୁସ୍ମିତା ପଣ୍ଡା ପ୍ରମୁଖ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ଛାତ୍ରୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ଓ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିଆକ୍ଟ ପୁସ୍ତକ ବଣ୍ଟନ କରିଥିଲେ । ସର୍ବଶେଷରେ କାର୍ଯ୍ୟକ୍ରମ ସଂଯୋଜକ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ୧୨ ଦିନ ଦରି ଚାଲିଥିବା ଏହି ଶିବିରରେ ପ୍ରଶିକ୍ଷକା ଭାବରେ ଜ୍ୟୋସ୍ନାନନ୍ଦ ଓ ସନ୍ତୋଷୀ ପଣ୍ଡା ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଵାର୍ଷିକ ଉତ୍ସବ ପାଳନ