OnaKhabar

 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ୩ୟ ଥର ପାଇଁ  ଆଜି ଶପଥ ନେବେ କେଜରିୱାଲ

4

ନୂଆଦିଲ୍ଲୀ :  ଆମ୍‍ ଆଦ୍‍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିୱାଲ ରବିବାର ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ଓ ତାଙ୍କ ମନ୍ତ୍ରୀପରିଷଦର ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇବେ। ଗତ ସରକାରରେ ମନ୍ତ୍ରୀ ଥିବା ସମସ୍ତଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଶ୍ରୀ କେଜରିୱାଲ ସାମିଲ କରିଛନ୍ତି। ମନୀଷ ସିଶୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ରାଜେନ୍ଦ୍ର ଗୌତମ ମନ୍ତ୍ରୀ ଭାବେ ଶପଥ ନେଉଥିବା ସୂଚନା ମିଳିଛି।

ସୂଚନା ଅନୁସାରେ  ପ୍ରଥମଥର କେଜରିୱାଲ ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ। ଏଥର ନିର୍ବାଚନରେ ତାଙ୍କ ନେତୃତ୍ୱରେ ପରିଚାଳିତ ଆମ୍‍ ଆଦ୍‍ମୀ ପାର୍ଟି ଚମତ୍କାର ଫଳାଫଳ ପ୍ରଦର୍ଶନ କରି ମୋଟ୍‍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି।ଏଥିପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ସକାଳ ୮ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଯାତାୟତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କାର ପାର୍କିଂ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସେହିପରି ରାମଲୀଲା ମୈଦାନକୁ ସଂଯୋଗ କରୁଥିବା ସବୁ ରାସ୍ତା ଉପରେ ସିସି ଟିଭି କ୍ୟାମେରା ଜରିଆରେ ନଜର ରଖାଯିବ।