OnaKhabar

ଗ୍ୟାସ ମୁଲ୍ୟବୃଦ୍ଧ ବିରୁଦ୍ଧରେ ଏସୟୁସିଆଇ ର ବିକ୍ଷୋଭ

8

ବଲାଙ୍ଗିର,- ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୪୪ଟଙ୍କା ମୁଲ୍ୟ ବୃଦ୍ଧିକୁ ଦୃଢ ବିରୋଧ କରି ଏସୟୁସିଆଇ(ସି) ବାଲାଙ୍ଗିର ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୌଭ ପ୍ରଦର୍ଶନ କରାଯାଇଛି । ଏଠାରେ ସୁଚନା÷ଯାଗ୍ୟ ଆଜି ଯେତେବେଳେ ଦରଦାମ ବୃଦ୍ଧି ଫଳରେ ଜନସାଧାରଣଙ୍କ ଆର୍ଥୀକ ମେରୁଦଣ୍ଡ ସମ୍ପୁର୍ଣ୍ଣ ରୁପେ ଭାଙ୍ଗିଯାଇଛି । ଚାଷୀ, ଯୁବକ, ଶ୍ରମିକ ମାନଙ୍କ ପାଖରେ କାମ ନାହିଁ, ବେକାରୀ ସମସ୍ୟାରେ ଦେଶ ଫାଟି ପଡୁଛି ସେତେବେଳେ କେନ୍ଦ୍ର ସରକାର ଗ୍ୟାସ ଦର ବୃଦ୍ଧି କରି ସାଧାରଣ ଜନସାଧାରଣଙ୍କ ଉପରେ କରୋଡା ମାଡ କରିଛନ୍ତି । ଦେଶି ବିଦେଶୀ କଂପାନୀମାନଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏଭଳି ଜନମାରଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଏସୟୁଆଇସି କହିଛି । ତେଣୁ ଗ୍ୟାସ ଉପରେ ବର୍ଦ୍ଧିତ ଦର ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଏସ୍‌ୟୁସିଆଇ(ସି) ବଲାଙ୍ଗିର ଜିଲ୍ଲା ସାଂଗଠାନିକ କମିଟି ସଂପାଦକ ସୁନିଲ ଭୋଇ ସମେତ ଲକ୍ଷ୍ମୀଧର ସାମଲ, ରାଜେନ୍ଦ୍ର ରଣା, କୁଶପୃଷ୍ଟି ବାଗ, ବିକାଶ ଜେନା, ଯୋଗେଶ୍ୱର ରଣା, ତ୍ରିଲୋଚନ ସାହୁ ପ୍ରମୁଖ ବକ୍ତବ୍ୟ ରଖି ଦରବୃଦ୍ଧିକୁ ଦୃଢ ବିରୋଧ କରିଥିଲେ ।