OnaKhabar

ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଇଛି ଛତିଶ ଗଡ଼ ପୁଲିସ୍

25

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଆଜି ଛତିଶଗଡ଼ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଛତିଶଗଡ଼ ପୁଲିସର କହିବା ଅନୁଯାୟୀ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୁଲିସ୍ ପ୍ରମାଣ ପାଇଛି। ଏନେଇ ଅପରାହ୍ଣରେ ଛତିଶଗଡ଼ ପୁଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇପାରେ । ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ତଥ୍ୟ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୁଲିସ୍ ।ଏପଟେ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ପଦରୁ ବିଦା କରିବା ସହ ଅନୁପ କୁମାର ସାଏଙ୍କୁ ଗତକାଲି ବିଜେଡିରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ ।

ଏଣିକି ରାଜଧାନୀରେ ନାହିଁ ବାର୍ଡ ଫ୍ଲୁ ଭୟ