OnaKhabar

ପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

7

ମାଲକାନଗିର : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ୧୧୯ କଲୋନୀର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସେ ବର୍ତ୍ତମାନ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ଗର୍ଭବତୀ ଥିବା ଜଣାପଡ଼ିଛି । ଖବରପାଇ ରିକ୍ଲାମେସନ କଲୋନୀର ସମାଜସେବୀ ତପତି ବିଶ୍ୱାସ ଓ ଲାଠିଆଗୁଡ଼ାର ବାଲାଜି ପଡ଼ାଲ ଚିକିତ୍ସାଳୟକୁ ଯାଇ ନାବାଳିକାଙ୍କ ସହ ଆଲୋଚନା କରିଥିଲେ ।
ଆର୍ଶୀବାଦ କଲୋନୀର ଘାସିରାମ ବାଘ ବହୁ ଦିନରୁ ତା ସହିତ ଅନୈତିକ ସମ୍ପର୍କ ରଖିଥିବା ବେଳେ ଏହାକୁ ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସେହିପରି ୨ରୁ ୩ଦିନ ପୂର୍ବରୁ ୧୧୯ କଲୋନୀର ଖକନ ନିଆଲ ଓ ଧବୁଲୁ ଦୁର୍ଗା ତାଙ୍କ ଘରକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଜାଣିବା ପରେ ସମାଜସେବୀ ତପତି ବିଶ୍ୱାସ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ ଅଟକ ରଖାଯାଇଥିବା ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକଶ କରିଛନ୍ତି ।