OnaKhabar

ନୃଶଂସ ସାଜିଲା ସ୍ୱାମୀ : ଟାଙ୍ଗିଆରେ ହାଣିଦେଲା ସ୍ତ୍ରୀକୁ

31

ରାୟଗଡା : ନୃଶଂସ ସାଜିଲା ସ୍ୱାମୀ । ଅତି ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ। ତେବେ ପାରିବାରିକ କଳହକୁ କେନ୍ଦ୍ର ନିଜ କ୍ରୋଧକୁ ଆୟତ୍ତ ନ କରିପାରି ଏକ ଟାଙ୍ଗିଆ ଦ୍ୱାରା ନିଜ ସ୍ତ୍ରୀକୁ ହତ୍ୟା କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ସଦର ମହକୁମା କଡିଙ୍ଗଗୁଡା ଗ୍ରାମରେ।

ସୂଚନା ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗତ କିଛି ଦିନ ହେଲା କଳହ ଲାଗିରହିଥିଲା। ବୁଧବାର ରାତିରେ ସ୍ତ୍ରୀ ବାନାଇ ଜାକାକା ଶୋଇଥିବା ସମୟରେ ସ୍ୱାମୀ ସତାନା ଜାକାକା ଏକ ଟାଙ୍ଗିଆ ଦ୍ୱାରା ସ୍ତ୍ରୀର ବେକ ଏବଂ ମୁଣ୍ଡକୁ ଆଘାତ କରିଥିଲା। ବାରମ୍ବାର ଆକ୍ରମଣ ଦ୍ୱାରା ସ୍ତ୍ରୀ ବାନାଇ ଜାକାକାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏନେଇ ସତାନା ଜାକାକା ରାୟଗଡ଼ା ଟାଉନ ଥାନାକୁ ଆସି ନିଜ ଘଟାଇଥିବା ହତ୍ୟାକାଣ୍ଡକୁ ପୋଲିସ ଆଗରେ କହିଥିଲା।

ସତାନାର ବୟାନକୁ ଆଧାର କରି ରାୟଗଡା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ବାନାଇକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଗଭୀର କ୍ଷତ ଏବଂ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ବାନାଇ ଜାକାକାର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ସ୍ୱାମୀ ସାତନା ଜାକାକାକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମ ମୋହନ ସାହୁ ପ୍ରକାଶ କରିଛନ୍ତି।