OnaKhabar

କାମ ନାହିଁ ତ ଦରମା ନାହିଁ ନୋଟିସ୍ ପରେ ମେସକୋ କାରଖାନାରେ ଉତ୍ତେଜନା, ଧାରଣା ଦ୍ୱିତୀୟ ଦିନରେ ପହଁଚିଲା,ତ୍ରିପାକ୍ଷିକ ଆଲୋଚନା ବିଫଳ

93

ଯାଜପୁର : ଯାଜପୁର ଜିଲ୍ଲାର କଳିଂଗନଗର ଶିଳ୍ପାଞ୍ଚଳ ସ୍ଥିତ ମେସକୋ ଷ୍ଟିଲ୍ କାରଖାନାରେ ମେସ୍‌କୋ କର୍ତ୍ତୁପକ୍ଷ କାମ ନାହିଁ ଦରମା ନାହିଁ ନୋଟିସ୍ ଜାରି କରିଛନ୍ତି । ଏହି ନୋଟିସ୍ ଫଳରେ ମେସକୋ କାରଖାନାର ଶ୍ରମିକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ତିନି ମାସ ହେଲା ମେସକୋ କାରଖାନାର ଶ୍ରମିକମାନେ ଦରମା ପାଇନାହାନ୍ତି । ଏହି ଦରମା ଦାବି କରି ଗତକାଲି ଠାରୁ ମେସକୋ ମୁଖ୍ୟ ଫାଟକ ଆଗରେ ଧାରଣା ଦିଆଯାଇଥିଲା । ଆଜି ମେସ୍‌କୋ ବଞ୍ଚାଅ ମିଳିତ ମଂଚ ପକ୍ଷରୁ ଧାରଣା ଦିଆଯାଇଛି । କାମ ନାହିଁ ତ ଦରମା ନାହିଁ ମିିଳିତ ମଂଚ ପକ୍ଷରୁ ବିରୋଧ କରାଯାଇଛି । ଆଜି ଯାଜପୁର ରୋଡ଼ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମେସକୋ କର୍ତ୍ତୁପକ୍ଷ ମିଳିତ ମଂଚ ଓ ଆୟୁକ୍ତଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଆଲୋଚନାରେ ନିଷ୍କର୍ସ ନ ବାହାରିବାରୁ ଆଲୋଚନା ବିଫଳ ହୋଇଛି । ମିଳିତ ମଂଚ ପକ୍ଷରୁ ଆନ୍ଦୋଳନକୁ ଯୋରଦାର କରିବା ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାପାଇଁ ଚେତାବନୀ ଦିଆଯାଇଛି । ଏ ସଂପର୍କରେ ଯୁଗ୍ମ ସମ ଆୟୁକ୍ତ କମିଶନର ସୁନିଲ କୁମାର ସାହୁ କହନ୍ତି ତିନି ମାସର ଦରମା ଦବା ପାଇଁ ମେସକୋ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି । ଶ୍ରମିକମାନଙ୍କର ସ୍ୱାର୍ଥ ପାଇଁ ଶ୍ରମ ବିଭାଗ ବିଚାର କରୁଛି । ଏ ସଂପର୍କରେ ମଂଚର ଆବାହକ ଗଣେଶ ନାୟକ କହନ୍ତି ମେସକୋ କର୍ତ୍ତୁପକ୍ଷ ତିନି ମାସ ହେଲ ଦରମା ଦେଇନାହାନ୍ତି । ଦରମା ନଦେଇ କାମ ବନ୍ଦ ନୋଟିସ୍ ଜାରି କରିବା କେତେଦୂର ସମିଚୀନ ତାହା ପ୍ରଶ୍ନ କରିଛନ୍ତି । ମେସକୋ କାରଖାନା ଫାଟକ ବନ୍ଦ ସେମାନେ କରିନାହାନ୍ତି । ମେସକୋ କର୍ତ୍ତୁପକ୍ଷ ଜିଏସଟି ଦେଇନଥିବାରୁ କାରଖାନା ବନ୍ଦ କରାଯାଇଛି । ଶ୍ରମିକମାନଙ୍କର ପ୍ରାପ୍ୟ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ । ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସ ମୃତୟନ କରାଯାଇଛି । ସୂଚନା ଯୋଗ୍ୟ ଯେ ପ୍ରବାଦ ପୁରୁଷ ବିଜୁ ପଟନାୟକ କଳିଂଗନଗର ଶିଳ୍ପାଞ୍ଚଳରେ ପ୍ରଥମ ମେସକୋ କାରଖାନା ପ୍ରତିଷ୍ଠା କରିଥିଲେ । ମେସକୋ କର୍ତ୍ତୁପକ୍ଷ କାରଖାନା କରି ଲାଭବାନ ହେଲାପରେ ଏବେ କାରଖାନା ବନ୍ଦ କରିବାପାଇଁ ଚିନ୍ତା କରାଯାଉଛି ବୋଲି କୁହାଯାଉଛି । ଓଡ଼ିଶା ସରକାରଂକ ଠାରୁ ମେସକୋ କୁ ଲୁହ ପଥର ଉତ୍ତୋଳନ କରିବାପାଇଁ ଖଣି ମଧ୍ୟ ଦିଆଯାଇଛି । ଶ୍ରମିକମାନଙ୍କ୍ ମାରଣ ନୀତି ଆଉ ଚଳିବ ନାହିଁ ବୋଲି ମଂଚ ପକ୍ଷରୁ କୁହାଯାଉଛି । ଏ ସଂପର୍କରେ ମେସକୋ କର୍ତ୍ତୁପକ୍ଷ ଯାଜପୁର ଜିଲ୍ଲାପାଳ , କଳିଂଗନଗର ଅତିରିକ୍ତ ଜିଲ୍ଲାପାଳ ଓ ଏସ ପିଂକୁ ଅବଗତ କରାଯାଇଛି । ଲେବର ଯୁଗ୍ମ ଆୟୁକ୍ତ ସୁନିଲ କୁମାର ସାହୁଙ୍କ ବାଇଟ୍ ଓ ମଂଚର ଆବାହକଂକ ବାଇଟ୍ ଯାଇଛି । ଧାରଣା ସ୍ଥଳର ଫଟୋଗ୍ରାଫୀ ପଠାଯାଇଛି । ଏହି ଧାରଣାରେ ମଂଚର ଆବାହକ ଗଣେଶ ନାୟକଂକ ନେତୃତ୍ୱରେ ଧାରଣା ଚାଲୁରହିଛି । ଅନ୍ୟମାନଙ୍କ ମଧ୍ୟରେ ଏସ କେ ସାବିର, ସାବିର ହୋସେନ, ଏକେ ଖାନ, ନରେନ୍ଦ୍ର ସାମଲ, ଜାହେଦୀ, ରାଜୁ ସାହୁ, ସୁଦର୍ଶନ ପୃଷ୍ଟି, ପ୍ରମୁଖ ମେସକୋ କ।ରଖାନାର ଶ୍ରମିକ ବିରୋଧୀ ନୀତି ତୀବ୍ର ସମାଲୋଚନା କରିଛନ୍ତି ।