OnaKhabar

ମହିଳାନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହୃତି ପାଇଁ ପୋଲିସ ପ୍ରଶାସନ ଦାୟୀ : ବିଜେପି

13

 ଫେଲ୍ ମାରିଛି ରାଜ୍ୟସରକାରଙ୍କ ୫-ଟି ଓ ମୋ ସରକାର
 ଦଳୀୟ ନେତ୍ରୀ ଆତ୍ମହୃତି ଦେବା ପରେ କାହିଁକି ଚୁପ୍ ରହିଛି ବିଜେଡି?
 ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ

ଭୁବନେଶ୍ୱର : ଗତକାଲି ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ
ଆତ୍ମାହୂତି ଉଦ୍ୟମ କରିଛନ୍ତି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗତ ୨୮ ତାରିଖରେ ପାକିଂକୁ ନେଇ ମୀନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅଙ୍କୁ କିଛି
ଦୁବୃତ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କ ପୁଅଙ୍କୁ ପୋଲିସ ଗିରଫ କରିଥିଲା । ଏହାର ପ୍ରତିବାଦରେ ପୋଲିସର ପାତର ଅନ୍ତର
କାର୍ଯ୍ୟକଳାପକୁ ନେଇ ମିନାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ତାଙ୍କ ପୁଅକୁ ମୁକୁଳା ନକଲେ ସେ ଆତ୍ମହୃତି ଦେବେ ବୋଲି
କହିଥିଲେ । ଗତକାଲି ବ୍ରହ୍ମପୁର ଏସପିଙ୍କୁ ଭେଟିବାକୁଯିବା ସମୟରେ ଏସପି ତାଙ୍କୁ ନଭେଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ
ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ
ନପାଇ ଆତ୍ମହତ୍ୟା କରୁଛନ୍ତି । ତେବେ ୫-ଟି, ମୋ ସରକାରରେ ସାଧାରଣ ଲୋକ କିପରି ନ୍ୟାୟ ପାଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ
ଜଣାପଡୁଛି । ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ । ଗତକାଲିର ଏଭଳି ଅଭାବନୀୟ ଘଟଣା ପାଇଁ
ରାଜ୍ୟସରକାର, ଗୃହ ବିଭଗ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ । ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ
ମନୋଭାବ ଦେଖାଉଛି । ଅନେକ ସ୍ଥାନରେ ପୋଲିସ ଶାସକ ଦଳର ନେତାଙ୍କୁ ସୁରକ୍ଷା ଯୋଗାଇ ଚାଲିଛି । ଗତକାଲି ଘଟଣାରେ ଯେହେତୁ
ବିଜେଡିର ଦୁଇଟି ଗୋଷ୍ଠୀ ଥିଲେ ଏଭଳି ଘଟଣାରେ ପୋଲିସ ପକ୍ଷପାତିତା କାହାକୁ କରିବ ବୋଧେ ଜାଣିପାରିଲା ନାହିଁ ।
ଥାନାକୁ ଗୋଟେ ନିରୀହ ଲୋକ ଗଲେ ପୋଲିସ ତାଙ୍କ ସହ ଦୁର୍ବ୍ୟବହାର କରୁଛି । ଅନ୍ୟପଟେ ପୋଲିସ କେବଳ ମିଡିଆ କୁ ଦେଖାଇ
ସାଇକେଲ ଚଲାଇବା, ରକ୍ତଦାନ କରିବା ଆଦି କାର୍ଯ୍ୟ କରି ବାହା ବାହା ମାରୁଛି । ବିଜେଡି ଦଳର ନେତ୍ରୀ ଆତ୍ମହୃତି ଦେବା ବେଳେ ପୂରା
ବିଜେଡି ଦଳ ଆଜି ଚୁପ୍ ରହିଛି । ଏଭଳି ଘଟଣାରୁ ଜଣାପଡୁଛି କି, ବିଜେଡି କିପରି ନାରୀ ମାନଙ୍କୁ ସମ୍ମାନ ଦେଉଛି । ପୋଲିସ ଜନତାଙ୍କୁ ନୁହେଁ
କେବଳ ନେତାଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛି । ଗତକାଲି ପରିବହନ ମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିଥିବା ଯୋଗୁଁ ଜିଲ୍ଲା ପୋଲିସ ତାଙ୍କ ପାଖରେ
ଉପସ୍ଥିତ ଥିଲେ । କିନ୍ତୁ ପୀଡିତାଙ୍କ କଥା ଶୁଣିଲେ ନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି
ଏହାର ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ । ଯଦି ମିନାକ୍ଷୀ ମିଶ୍ରଙ୍କର କିଛି କ୍ଷତି ହୁଏ ଏଥିପାଇଁ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ
ଦାୟୀ ରହିବେ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।