OnaKhabar

ଦୀର୍ଘବର୍ଷ ପରେ ଓବିସି କମିଶନ ପୁର୍ନଗଠନ କଲେ ରାଜ୍ୟ ସରକାର

23

ଭୁବନେଶ୍ୱର : ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଓବିସି କମିଶନ ଅକାମୀ ହୋଇ ପଡ଼ି ରହିଥିବା ବେଳେ ଦୀର୍ଘବର୍ଷ ପରେ ରାଜ୍ୟ ସରକାର ପୁଣିଥରେ ଓବିସି କମିଶନ ପୁର୍ନଗଠନ କରିଛନ୍ତି। କମିଶନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି ଏବଂ କମିଶନର ସଦସ୍ୟ ଭାବେ ପ୍ରଫେସର ନବୀନ ରଥ, ପ୍ରଫେସର ମିତାଲି ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ରଙ୍କୁ ମନୋନୀତ କରାଯାଇଥିବାବେଳେ କମିଶନ ସଦସ୍ୟ ସଚିବ ଭାବେ ଆଇଏଏସ ଅଫିସର ବୀରବିକ୍ରମ ଯାଦବ କାର୍ଯ୍ୟ କରିବେ। କମିଶନଙ୍କ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ୩ବର୍ଷ ରହିବ। ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ରାଜ୍ୟ ଓବିସି ଆକ୍ଟ-୧୯୯୩ର ପ୍ରାବଧାନ ଅନୁସାରେ କମିଶନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ଓବିସି ବର୍ଗଙ୍କୁ ୨୭% ସଂରକ୍ଷଣ ଦିଆଯାଉନଥିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।ଏପଟେ ୩ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଜାତୀୟ ଓବିସି କମିଶନ ।

ଚାରି ଲକ୍ଷ ୭୭ହଜାର ଜାଲ୍ ନୋଟ୍ ଜବତ, ଜାଲ୍ ନୋଟ୍ କାରବାର ର‌୍ୟାକେଟ୍ ପୋଲିସ ହାତରେ ଧରାପଡ଼ିଲା