OnaKhabar

ପୁତ୍ର ସନ୍ତାନ ଲୋଭରେ ଅନ୍ଧ ହୋଇ ବୋହୁକୁ ଜାଳିଦେଲେ..

51

ରାଉରକେଲା : ଏବେବି ଲୋକଙ୍କ ମନରୁ ହଟିନି ପୁତ୍ର ସନ୍ତାନର ମୋହ ।ପୁତ୍ର ସନ୍ତାନ ଟିଏ ପାଇଁ ଅମାନୁଷିକ କାର‌୍ୟ୍ୟ କରିବାକୁ ବି ପଛାଉନାହାନ୍ତି ଲୋକେ ।ଏମିତି ଏକ ଅମଣିଷ ପଣିଆର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡା କୋଇଲା ଗେଟ ବସ୍ତିରେ । ପୁଅ ନହେଉଥିବାରୁ ଶାଶୁରଘର ଲୋକେ ୮ ମାସର ବୋହୁ କୁ ଜାଳି ମାରିଦେଇଥିବାର ଅଭିଯୋଗ ଆସିଛି ।ଏନେଇ ଅଭିଯୋଗ କରିଛନ୍ତି ମୃତକ ମହିଳାଙ୍କ ବାପା ଶିବ ପ୍ରସାଦ ।
ଗୋପବନ୍ଧୁ ପାଲି ବସ୍ତିରେ ଶିବ ପ୍ରସାଦ ସ୍ଵର୍ଣ୍ଣକାର ନିଜ ପରିବାର ସହ ରୁହନ୍ତି ।ତାଙ୍କ ଝିଅ ରଧାକୁମାରୀ ୨୦୧୪ ମାର୍ଚ୍ଚ ମାସରେ ରାମକ୍ରିତ ସିଂ ଙ୍କ ପୁଅ ବିନୋଦ ସିଂ ଙ୍କୁ ବିବାହ କରିଥିଲେ । ଶିବପ୍ରସାଦ ଙ୍କ ଅଭିଯୋଗ ଅନୁସାରେ ବିନୋଦ ସୁରଟ ର ଏକ ସୁତା କଳରେ କାମ କରୁଥିଲେ ସେଥିପାଇଁ ପତ୍ନୀ ରଧାକୁମାରୀଙ୍କୁ ବି ସେଠାକୁ ନେଇଯାଇଥିଲେ ।୨୦୧୫ ରେ ରଧାକୁମାରୀ ଗର୍ଭବତୀ ହୋଇଥିଲେ ଯାଞ୍ଚ ରୁ କନ୍ୟା ସନ୍ତାନ ଜାଣି ବିନୋଦ ଗର୍ଭ ନଷ୍ଟ କରାଇଥିଲେ । ପରବର୍ତୀ ସମୟରେ ତାଙ୍କୁ ମାର ପିଟ କରିଥିଲେ ।ଶଶୁର ରାମକ୍ରିତ ତାଗିତ କରିବାରୁ ବୋହୁ କୁ ଧରି ବିନୋଦ ଚାଲି ଆସିଥିଲେ । ୨୦୧୭ ରେ ରଧାକୁମାରୀ ଙ୍କର ଝିଅ ଟିଏ ହେବାରୁ ଶାଶୁରଘର ଅତ୍ୟାଚାର ବଢିଯାଇଥିଲା ତାପରେ ବି ଚୁପ ଥିଲେ ରଧାକୁମାରୀ ।

୨୦୧୯ ମେ ମାସରେ ପୁଣି ଥରେ ରଧାକୁମାରୀ ଗର୍ଭବତୀ ହୋଇଥିଲେ ପୂର୍ବଥର ପରି ଏଥର ବି କନ୍ୟା ସନ୍ତାନ ଥିବା ଜାଣି ଶାଶୁରଘର ପକ୍ଷରୁ ଅତ୍ୟାଚାର ବି ବଢି ଚାଲିଥିଲା । ଗତ ୧ ତାରିଖରେ କୋଣସି କଥା କୁ କେନ୍ଦ୍ର କରି ଝଗଡା ଜାରିବା ସହ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସରକାରୀ ହସ୍ପିଟାଲ ଆରଜିଏଚ ବର୍ଣ୍ଣ ସେଣ୍ଟର ରେ ଭର୍ତି କରାଯାଇଥିଲା । ୮ ମାସର ଗର୍ଭବତୀ ଥିବା ରଧାକୁମାରୀ ନବଜାତ ଶିଶୁ କୁ ଜନ୍ମ ଦେଇଥିବା ବେଳେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।ଗତ ୩ ତାରିଖରେ ଶିଶୁ କନ୍ୟାର ର ବି ମୃତ୍ୟୁ ହୋଇଛି । ପୋଲିସ ଶବକୁ ଜବତ କରି ବ୍ୟବେଛଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅଭିଯୋଗକୁ ଆଧାର କରି ସ୍ୱାମୀ, ଶଶୁର ସମେତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।ତେବେ ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ସରକାର ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପଣ ବେଆଇନ ଓ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଅଛି ବୋଲି ଡିଡିଣ୍ଡିମା ପିଟୁଥିବା ବେଳେ କିନ୍ତୁ ଅସଲରେ ଏହା ଏକ ଖୋଲା ପ୍ରହସନ ରେ ପରିଣତ ହୋଇଛି ।