OnaKhabar

ଜମିବାଡ଼ି ବିବାଦକୁ ନେଇ ଶିକ୍ଷକଙ୍କୁ ହତ୍ୟା , ଗୋରୁମହିଷାଣୀ ଥାନାରେ ବାପ ଓ ପୁଅ ଅଟକ

17

ମୟୂରଭଂଜ : ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ଏବଂ ଘଟଣା କୁ ନେଇ ଥାନାରେ ଦୁଇ ଅଟକ । ଗତକାଲି ରାତିରେ ତାଙ୍କ ବିଲ ନିକଟରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଏପରି ଏକ ଅଘଟଣ ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଚଢ଼େଇପାହାଡ଼ି ଗ୍ରାମ ପଂଚାୟତର ଜାମପାଣୀ ଗ୍ରାମର ଝାପ୍ଲାଆମ୍ବ ସାହିରେ ଘଟିଛି ।
ପ୍ରକାଶ ଥାଉକି ଜାମପାଣି ଗ୍ରାମର ସୁକଦେବ ମାରାଣ୍ଡି (୪୭)ଯିଏକି ବୃତ୍ତିରେ ପ୍ରଧାନ ଶିକ୍ଷକ । ସେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଡୁମୁରିଆ ଅଂଚଳର ଲୁପୁଙ୍ଗଡିହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାମ କରନ୍ତି । ସୋମବାର ସନ୍ଧ୍ୟାରେ ପ୍ରଧାନ ଶିକ୍ଷକ ଏବଂ ତାଙ୍କ ପତ୍ନୀ ଉଭୟ ମିଶି ନିଜର ବିଲକୁ ଝାଟି ଆଣିବା ପାଇଁ ଯାଇଥିଲେ । ସେଠାରେ ତାଙ୍କ ପଡୋଶୀ ଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା । ସେଠାରେ ଥିବା ମଦନ ଏବଂ ଲାଲମୋହନ ଉତକ୍ଷିକ୍ତ ହୋଇ ପ୍ରଧାନ ଶିକ୍ଷକ ସୁକଦେବକୁ କଟୁରି ଏବଂ କୁରାଢୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ସୁକଦେବର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଗୋରୁମହିଷାଣୀ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ଏବଂ ପ୍ରଶାନ୍ତ ସ୍ବାଇଁ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ ବାପ ଓ ପୁଅକୁ ଥାନାରେ ଅଟକ ରଖିଛନ୍ତି । ଥାନାରେ କେଶ ନଂ ୬/୨୦ ରୁଜୁ କରାଯାଇଛି । ମଙ୍ଗଳବାର ଦିନ ଶବକୁ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।