OnaKhabar

ଗାନ୍ଧୀ ଷ୍ଟେଡିଅମ୍ ଜିଲ୍ଲା କ୍ରିଡା ସଂଘ ର ସଂପତ୍ତି- ଡିଏଏ

31

ବଲାଙ୍ଗିର,- କିଛି ଦିନ ହେଲା ବଲାଙ୍ଗିର ଗାନ୍ଧୀ ଷ୍ଟାଡିଅମ କୁ ନେଇ ସାମାଜିକ ଗଣ ମାଧ୍ୟମରେ ଗୁଡାଏ ମନ୍ତବ୍ୟ ଦେଖିବାକୁ ମିଳୁଥିଲା । ଏହାକୁ ନେଇ ସହରରେ ମଧ୍ୟ ଚର୍ଚ୍ଚା ଯୋର ଧରୁଥିଲା ଯେ, ଗାନ୍ଧୀ ଷ୍ଟାଡିଅମ ପ୍ରକୃତରେ କାହାର । ରାଜେନ୍ଦ୍ର କଲେଜ ର ସଂମ୍ପତ୍ତି ନା ଜିଲ୍ଲା କ୍ରିଡା ସଂଘ ର । ତେବେ ଏହି ବିଷୟକୁ ନେଇ ଆଜି ଜିଲ୍ଲା କ୍ରିଡା ସଂଘ ସ୍ଥାନିୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବଦିକ ସମ୍ମିଳନୀରେ ଗାନ୍ଧୀ ଷ୍ଟାଡିଅମ ଜିଲ୍ଲା କ୍ରିଡା ସଂଘର ସମ୍ପତ୍ତି ବୋଲି କହିଛି । ଏହାକୁ ନେଇ ସମସ୍ତ ଦସ୍ତାବେଜ ର ନକଲ ମଧ୍ୟ ଉପସ୍ଥିତ ସାମ୍ବଦିକ ବନ୍ଧୁଙ୍କୁ ଦେଇ ଏହି ଦସ୍ତାବେଜ ଗୁଡିକ ବିଭିନ୍ନ ଭିତ୍ତହିନ କଳ୍ପନା ଜଳ୍ପନା ଓ ବାଦ ବିବାଦ ର ଅନ୍ତ ଘଟାଇବ ବୋଲି ଆଶା ପ୍ରକାଶ କରିଛି । ସେହିପରି ଜିଲ୍ଲା କ୍ରିଡା ସଂଘରେ ହେଉଥିବା ତଥା କଥିତ ବିତ୍ତିୟ ଅନିୟମିତତା ର ଅଭୀଯୋଗ ଗୁଡିକୁ ମଧ୍ୟ ସର୍ମ୍ପୁଣ ରୁପେ ଖାରଜ କରିଛି ।
୧୨-୯-୧୯୬୯ରେ ଜିଲ୍ଲା କ୍ରିଡା ସଂଘର ଏକ ବୈଠକରେ ତତକାଳିନ ବଲାଙ୍ଗିର ଜିଲ୍ଲାପାଳ ଏ.ଏନ ତିବାରୀଙ୍କ ସଭାପତିତ୍ୱରେ ୧ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ବରାଦରେ ଗାନ୍ଧୀ ଷ୍ଟାଡିଅମର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯିବା ସହ ପ୍ରତମ କିସ୍ତିରେ ୫୦ହଜର ଟଙ୍କା ମଞ୍ଜୁର କାରାଯାଇଥିଲ।। ଅତିରିକ୍ତ ଜିଲ୍ଲାପାଳ ୧୦ ଏକର ଜମି ହସ୍ତାନ୍ତର କରିବା ପାଇଁ ଚିଠି ଦେବା ସହ ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ପରବର୍ତ୍ତି ସମୟରେ ଓଡିଶା ସରକାରଙ୍କ ଚିଠି କ୍ରମେ ୧୧-୭-୧୯୭୩ ରେ ତତକାଳିନ ଜିଲ୍ଲାପାଳ ଜିଲ୍ଲା କ୍ରିଡା ସଂଘକୁ ୯୯ ବର୍ଷ ପାଇଁ ଏହି ଜମି ଲିଜ୍ ରୁପେ ଦେଇଥିଲେ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର କହିଛନ୍ତି । ଆହୁରି ମଧ୍ୟ, ଲିଜ ରେ ମିଳିଥିବା ୧୦ ଏକର ଜମି ମଧ୍ୟରୁ ଷ୍ଟାଡିଅମ ପାଖରେ ଏବେ ମାତ୍ର ୭.୫ଏକର ଥିବା ବେଳେ ବାକି ୨.୫ ଏକର ଜମି ଚିହ୍ନଟ କରି ଯଥା ଶିଘ୍ର ଫେରେଇ ଆଣିବାର ସମସ୍ତ ଉଦ୍ୟମ କାରାଯାଉଛି ବୋଲି ସଂଘ କହିଛି । ଜିଲ୍ଲା କ୍ରିଡା ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ, ସଂଘର ଉପସଭାପତି କୃଷ୍ନ ଚନ୍ଦ୍ର ମିଶ୍ର, ସଂପାଦକ ହରୀ ନାରାୟଣ ପୁଜାରୀ, ସଭ୍ୟ ବିକ୍ରମା ନନ୍ଦ ବହିଦାର,ପଦ୍ମ ଲୋଚନ ଆଚାର୍ଯ୍ୟ ଓ ସୁଧୀର ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।