OnaKhabar

ରାହୁଲଙ୍କ ଶତକ ବଳରେ ଭାରତର ୨୯୬ ରନ ସଂଗ୍ରହ

1

ମାଉଣ୍ଟ ମାଙ୍ଗନୁଇ: ଟିମ୍‌ ଇଣ୍ଡିଆ ଆଜି ତୃତୀୟ ଦିନକିଆରେ ସମ୍ମାନ ପାଇଁ ଲଢ଼େଇ କରୁଛି। ଏଥିରେ କେଏଲ ରାହୁଲଙ୍କ ଦମଦାର ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭର ୭ ୱିକେଟ ହରାଇ ୨୯୬ ରନ୍‌ କରିଛି। ଫଳରେ ସିରିଜ୍‌ ମୂଳପୋଛ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୯୭ ରନ୍‌ର ଟାର୍ଗେଟ ମିଳିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପୁଣିଥରେ ଝଟକା ପାଇଥିଲା। ଓପନର ମୟଙ୍କ ଅଗ୍ରୱାଲ ମାତ୍ର ୩ ରନ୍‌ କରି କାୟଲ ଜେମିସନଙ୍କ ବଲରେ ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି(୯) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ଯୁବ ଖେଳାଳି ପୃଥ୍ୱୀ ଶ’ ଭଲ ଶଟ ଖେଳୁଥିଲେ ହେଁ ତାଳମେଳ ଅଭାବ ଯୋଗୁ ରନ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

୪ର୍ଥ ୱିକେଟ ପାଇଁ ଶ୍ରେୟସ ଓ ରାହୁଲ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୧୦୦ ରନ୍‌ର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୧୬୨ ଥିବା ବେଳେ ଶ୍ରେୟସ ବ୍ୟକ୍ତିଗତ ୬୨ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମନୀଷ ପାଣ୍ଡେଙ୍କୁ ସାଥୀ କରି ରାହୁଲ ଦଳୀୟ ସ୍କୋରକୁ ୨୫୦ ପାର କରାଇଥିଲେ।