OnaKhabar

ଦିଲ୍ଲୀରେ ପୁଣି ଥରେ ଶାସନ କରିବ ଆପ୍

10

ନୂଆଦିଲ୍ଲୀ : ଗତ ୮ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଦିଲ୍ଲୀ ବିଧାନସଭା ରେଜଲ୍ଟ ଆପ୍ ସପକ୍ଷରେ ଯାଇଥିବା ଦେଖିବାକୁ ମିଳିଛି । ସେପଟେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ କଂଗ୍ରେସ ସ୍ଥିତି ଦୟନୀୟ ପରିସ୍ଥିତିରେ ପହଞ୍ଚିଛି । ଏବେ କାଉଣ୍ଟିଂ ଚାଲିଥିବା ବେଳେ ପତପରଗଞ୍ଜ ସିଟ୍ ଉପରେ ସମସ୍ତଙ୍କ  ନଜର ରହିଛି । ଗତ ଥର ମାତ୍ର ୩ଟି ଆସନ ପାଇଥିବା ବିଜେପି ନିଜର ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବ । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ଆପ ୫୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୩ଟିରେ ଆଗୁଆ ରହିଛି । କଂଗ୍ରେସ ନିଜର ଖାତା ମଧ୍ୟ ଖୋଲିପାରିନାହିଁ ।

ଯଦିଓ ଆପକୁ ବହୁମତ ମିଳିବ ବୋଲି ଜଣାପଡ଼ିଛି , ପୂର୍ବ ଅପେକ୍ଷା ୧୦ଟି ସିଟ୍ ଆପ୍ ଖାତାରୁ ଯାଉଥିବା ଜଣାପଡ଼ିଛି । ବିଜେପିକୁ ପୂର୍ବଥର ୩ଟି ସିଟ୍ ମିଳିଥିବା ବେଳେ ଏଥର ୧୦ ରୁ ଅଧିକ ସିଟ୍ ମିଳିବାକୁ ଯାଉଛି । ୭୦ ବିଧାନସଭା ସିଟ୍ ପାଇଁ ଫେବୃଆରୀ ୮ରେ ୬୨.୫୯ ପ୍ରତିଶନ ମତଦାନ ହୋଇଥିଲା । ବିଜେପି ୨୨ ବର୍ଷ ଏବଂ କଂଗ୍ରେସ ୭ ବର୍ଷ ହେଲା ଦିଲ୍ଲୀର ସତ୍ତାରୁ ଦୂରରେ ରହିଛନ୍ତି । ଦିଲ୍ଲୀବାସୀ ଏଥର ଆପକୁ ପୁଣି ଥରେ ଫେରାଇଆଣିବାକୁ ଚାହିଁଛନ୍ତି । କିନ୍ତୁ ଗତ ଥର ଭଳି ଏକ ଦୁର୍ବଳ ବିରୋଧୀ ଦଳ ଦେବାକୁ ଚାହିଁନାହାନ୍ତି ଲୋକେ । ଲୋକଙ୍କ ନିର୍ଦ୍ଦେଶ ସ୍ପଷ୍ଟ-ଆମ ଆଦମି ପାର୍ଟି ଶାସନ କରୁ କିନ୍ତୁ ଏକ ଦୃଢ ବିରୋଧୀ ଦଳ ରହୁ ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ଆଜି : କିଏ ହେବ ଦିଲ୍ଲୀର ବାଦଶାହା