OnaKhabar

କରୋନା ଆତଙ୍କ ରେ ମୃତ୍ୟୁ ସଂଖ୍ୟା ଟପିଲା ହଜାରେ

22

ବେଜିଂ: ସାରା ବିଶ୍ୱରେ ଆତଙ୍କ ମଚାଉଛି କରୋନା ଭାଇରସ । ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଲଗାତାର ବଢିବାରେ ଲାଗିଛି । ଏବେ ଏହି କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୦୧୬ରେ ପହଞ୍ଚିଛି ବୋଲି ରିପୋର୍ଟ ରୁ ଜଣାପଡିଛି । କରୋନା ଭାଇରସରେ ଏପର‌୍ୟ୍ୟନ୍ତ ୪୨,୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବାବେଳେ ରବି ବାର ଦିନ ଚୀନରେ ଗୋଟିଏ ଦିନରେ ହିଁ ୯୭ଜଣଙ୍କ ମୃତ୍ୟୁ ଘଟିଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସୋମବାର ଦିନ ମାକ୍ସ ପିନ୍ଧି କରୋନା ଭାଇରସ କେନ୍ଦ୍ରରେ ପହଂଚିଥିଲେ । ସେଠାରେ ଏହି କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଆଲୋଚନା କରିବା ସହ ମୁକାବିଲା କରିବା ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସ୍ତ୍ରୀର ପ୍ରେମିକକୁ ହାଣିଲା ସ୍ୱାମୀ