OnaKhabar

୬୩ତମ ଅମୂଲ୍ୟ କୃଷ୍ଣ ଫୁଟବଲଟୁର୍ଣ୍ଣାମେଂଟଣ୍ଟ

24

 

ଯାଜପୁରରୋଡ–ଯାଜପୁରରୋଡ଼ ଆଥ୍‌ଲେଟିକ ଆସୋସିଏସନ୍ ଆନୁକୁଲ୍ୟରେଏବଂ ସୌମିକହିରୋ ସହାୟତାରେ ସ୍ଥାନୀୟଏନ୍‌ସିହାଇସ୍କୁଲ୍ ପଡ଼ିଆରେ ୬୩ତମ ଅମୂଲ୍ୟ କୃଷ୍ଣ ଫୁଟ୍‌ବଲର ଦୁଇ ସେମିଫାଇନାଲ ମ୍ୟାଚରେ ଉତ୍କଳ କ୍ଲବ୍ କଟକ ଓ ମର୍ଣ୍ଣଂଷ୍ଟାର୍ ଯାଜପୁରରୋଡ଼ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ମର୍ଣ୍ଣିକ୍ଲବ୍ ଯାଜପୁରରୋଡ଼ ଟାଇବ୍ରେକ ଜରିଆରେ ୫-୪ଗୋଲରେ ଉତ୍କଳ କ୍ଲବକଟକୁ ପରାସ୍ତକରି ଫାଇନାଲ୍‌କୁ ଉନ୍ନତି ଯାଇଛି । ଆସନ୍ତାକାଲି ଫାଇନାଳମ୍ୟାଚ ମର୍ଣ୍ଣିଂକ୍ଳବ ଯାଜପୁରରୋଡ଼ ଓ କଟକ ଇଲେଭେନ ମଧ୍ୟରେ ଅନୁଷ୍ଠିତହେବ । ଆଜିକାର ମ୍ୟାଚର ଅନୁଷ୍ଠିତ ଉତ୍ସବରେ କଳଂଗ ନଗର ଗ୍ରୁପ୍ ଅଫ ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଆଲେକ୍‌ଜାଣ୍ଡାର ଦାଶ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଆସୋସିଏନର ସଭାପତି ରସାନନ୍ଦ ମହାନ୍ତି ଓ ସଂପାଦକ ଦୁର୍ଯ୍ୟଧନ ରାଉତ ମଂଚ ଉପରେ ଉପସ୍ଥିତ ରହିଥିଲେ । ଅମୂଲ୍ୟ କୃଷ୍ଣ ଟୁଣ୍ଣାମେଣ୍ଟ ବହୁ ପୁରାତନ ଏହି ଟୁର୍ଣ୍ଣାମେଂଟଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ । ଯାଜପୁରରୋଡ଼ ଆଥଲେଟିକ ଆସୋସିଏସନ ସମଗ୍ର ଅଂଚଳରେ ଖେଳାଳିମାନଙ୍କୁ ଚୟନ କରିଥାଏ ବୋଲି ସଂପାଦକ ତାଙ୍କ ବିବରଣୀରେ କହିଥିଲେ । ଆଜି ଖେଳକୁ ପରିଚାଳନା କରିଥିଲେ ସୁକାନ୍ତ ମଲ୍ଲିକ, ଲକ୍ଷ୍ମଣଗାଗାରାଇ,ବୁଦ୍ଧିରାମପେରେଇ, ବିଜୟ ନାୟକ, ଅଲେଖମଲ୍ଲିକ, ଅଭିମନ୍ୟୁରାଉତ୍‌, କୈଳାସ ଜେନା, କୈଳାସ ରାଉତ୍‌,ଚନ୍ଦ୍ରମଣି ରାଉତ୍ ପ୍ରମୁଖ ସହଯୋଗ କରିଥିଲେ ।