OnaKhabar

ଆଭ୍ୟନ୍ତରୀଣ ଗ୍ରାମୀଣ ଇଲାକାରେ ସ୍ୱାସ୍ଥ ସେବା

10

ଝାରସୁଗୁଡା : ଦୁର୍ଗମ ଗାଁ ଅଂଚଳରେ ସ୍ୱାସ୍ଥ ସେବାରୁ ବଞ୍ଚିତ ହେଉଥିବା ଲୋକଙ୍କ ପାଖରେ ପହଁଚିବାର ମହତ ଲକ୍ଷ ନେଇ ରାଜ୍ୟରେ ବିଭିନ୍ନ ସ୍ୱାସ୍ଥ ଶିବିର ଆୟୋଜନ କରି ଆସିଥିବା କଟକର ଚିତ୍ତ ଜ୍ଞାନୀ ଚାରିଟାଵଲେ ଟ୍ରଷ୍ଟ ଆଜି ଝାରସୁଗୁଡା ଆଦିବାସୀ ଅଧିଶୁତ ଅଂଚଳ କିର୍ମିରା ବ୍ଲକ ରେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପହଁଚିଛି ।କିର୍ମିରା ସ୍ଥିତ ଶୋଭନ ମେମୋରିଆଲ ପଂଚାୟତ ମହାବିଦ୍ୟାଳୟ ରେ ଟ୍ରଷ୍ଟ ଅନୁକୂଲ୍ୟ ରେ ଆୟୋଜିତ ଶିବିରରେ ୨ ହଜାରରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଓଷଧ ଯୋଗାଇଦେଇଛନ୍ତି ।ଏହି ଶିବିର ରେ ପ୍ରାୟ ୨୬ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ରୋଗୀଙ୍କୁ ସେବା ପ୍ରଦାନ କରିଥିଲେ ।ସ୍ୱାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର ର ଉଦଘାଟନ କରିଥିଲେ ।ଏହି ଶିବିର ଦ୍ଵାରା ଜିଲ୍ଲା ର ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ରେ ଗରିବ ଲୋକେ ସ୍ୱାସ୍ଥ ସେବା ପାଇପାରିଛନ୍ତି ବୋଲି ବୁଦ୍ଧିଜୀବୀ ,ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନେ ମତବ୍ୟକ୍ତ କରିଛନ୍ତି ।

ଏଭଳି ମହତ କାର୍ଯ୍ୟ ର ଯେତିକି ପ୍ରଂଶସା କରାଜିବା କମି ହେବ । ମାନବ ସେବା ହିଁ ମାଧବ ସେବା ଏହି ଦ୍ୱୀଝଞା ରେ ବର୍ତି ହୋଇ ଟ୍ରଷ୍ଟ କର୍ମ କର୍ତା ରାଜ୍ୟରେ ଅନ୍ୟାନ୍ୟ ସେବା କାର୍ଯ୍ୟରେ ରାଜ୍ୟ ତଥା ବିଭାଗ ଏହାକୁ ସ୍ୱାଗତ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।ଏନ୍ଡୋସକପି , ଇସିଜି ,,ରକ୍ତ ପରୀକ୍ଷା ଆଦି କରାଯାଇଥିବା ବେଳେ ଓଷଧ ,ଚଶ୍ମା ଆଦି ମାଗଣାରେ ପ୍ରଦାନ କରାଜାଇଛି । ଜିଲ୍ଲା ପ୍ରଶାସନ ସହାୟତାରେ ଶିବିର ଆୟୋଜନ କରାଯିବ ସହ ଯାନବାହାନ ସହାୟତାରେ ଗାଁ ଗହଳିରୁ ରୋଗୀଙ୍କୁ ଆଣି ଚିକିତ୍ସା ବ୍ୟବସ୍ଥା କରାଯାଇଛି । ରୋଗୀଙ୍କ ରକ୍ତ ପରୀକ୍ଷା ସହ ଆଖି ପରୀକ୍ଷଣ କରି ଚଷମା ପ୍ରଦାନ କରାଯାଇଛି -ରାଜେଶ୍ୱର ହୋତା କହିଥିବା ବେଳେ ଡାକ୍ତର ହୋତାଙ୍କ ଏହି ଟ୍ରଷ୍ଟ ର ବିଶେଷ୍ୟତ୍ୱ ହେଉଛି ଅଗମ୍ୟ ଇଲାକାର ଗରିବ ଲୋକଙ୍କୁ ସବାସସ୍ଥ ସେବା ଯୋଗାଇବା । ଝାରସୁଗୁଡା ଜିଲ୍ଲାର ଏଭଳି କ୍ୟାମ୍ପ ବାସ୍ତବିକ ଖୁସିର ବିଷୟ । ଜନସେବା ମୂଳକ କାର୍ଯ୍ୟ କରି ଟ୍ରଷ୍ଟ ସୁଖ୍ୟାତି ଅର୍ଜନ କରିଛି ।ଟ୍ରଷ୍ଟର ,ମହତ ପ୍ରଚେଷ୍ଟା ପାଇଁ କୃତଜ୍ଞତା ଜ୍ଞାପନ କରୁଛି -ସରୋଜ କୁମାର ସାମଲ ,ଜିଲ୍ଲାପାଳ କହିଛନ୍ତି ।