OnaKhabar

ଏସ୍‌ସିବିରେ ପ୍ରଥମ ସ୍ୱାଇନଫ୍ଲୁ ରୋଗୀ ଚିହ୍ନଟ

30

କଟକ : କଟକ ବଡ଼ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି ଚଳିତବର୍ଷର ପ୍ରଥମ ସ୍ୱାଇନଫ୍ଲୁ ରୋଗୀ। ସଂପୃକ୍ତ ‌ବ୍ୟକ୍ତି ଢେଙ୍କାନାଳ ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ବଡ ଡାକ୍ତରଖାନାର ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସିତ କରାଯାଉଛି। ସ୍ୱାଇନଫ୍ଲୁ ରୋଗୀ ଚିହ୍ନଟ ହେବା ଘଟଣା ପୁଣି କଟକ ବଡ ଡାକ୍ତରଖାନା ପରିସରରେ ଆତଙ୍କର କାରଣ ହୋଇଛି। ପୂର୍ବରୁ ଏସସିବିରେ ସ୍ୱାଇନଫ୍ଲୁ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ ପରେ ପରେ ଏଥିରେ କେତେ ଜଣ ଡାକ୍ତରୀ ଛାତ୍ର ଆକ୍ରାନ୍ତ ହୋଇଥିଲେ। ଏଭଳି ସ୍ଥିତିରେ ଚଳିତ ବର୍ଷ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ପୁଣି ହୁଏତ ରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି।

ଓଡ଼ିଶା ମାଟିର ଉଜ୍ୱଳ ତାରକା ଡାକ୍ତର ଦତ୍ତ୍ୱେଶ୍ୱର ହୋତା