OnaKhabar

ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

19

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ ଏଜେନ୍ସି): ଆସନ୍ତା ୧୨ ତାରିଖରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଯାଇଛି । ଗସ୍ତ ବାତିଲର କାରଣ କିଛି ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ କି ପୁଣି କେବେ ଗୃହମନ୍ତ୍ରୀ ଓଡ଼ିଶା ଆସିବେ ସେନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ। ଦିନକ ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରଚିନ୍ଦନ ସୂଚନା ଦେଇଥିଲେ ଯେ, ୧୨ ତାରିଖରେ ଶାହ ଓଡ଼ିଶା ଆସିବେ। ଏହି ଗସ୍ତରେ ସେ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।

ପିଛା ଛାଡ଼ୁନି ବିବାଦ : ଅନୁଭବଙ୍କ ବିରୋଧରେ ଜାଲ୍ ପ୍ରମାଣପତ୍ର ଅଭିଯୋଗ ଆଣିଲା କଂଗ୍ରେସ