OnaKhabar

ଭିଏତନାମ ଦେଶର ଯୁବକ ଘାସରୁ ତିଆରି କଲେ ଷ୍ଟ୍ର

36

ଭୁବନେଶ୍ୱର: ପ୍ରତ୍ୟକ ଦିନ ଜୀବନରେ ଆମେ ଏତେ ମାତ୍ରାରେ ପ୍ଲାଷ୍ଟିକ ବ୍ୟବହାର କରୁଛେ ଯେ ପ୍ଲାଷ୍ଟିକ ମୁକ୍ତ ହେବ ଏକ ଚାଲେଞ୍ଜ ପରି ଲାଗୁଛି । ଆମେ ସମସ୍ତେ ଏଭଳି ଏକ ଜିନିଷର ଅନୁସନ୍ଧାନ ରେ ଅଛେ ଯାହାକି ଆମ ପରିବାର କୁ ନିରାପଦ ରଖିପାରିବ ।ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ହେଉଛି ଜଳୀୟ ଦ୍ରବ୍ୟ ଗ୍ରହଣ କରୁଥିବା ଷ୍ଟ୍ର ।ଏବେ ପ୍ଲାଷ୍ଟିକ ଏପରି ଏକ ସମସ୍ୟା ରୂପେ ମୁଣ୍ଡ ଟେକିଲାଣି ଯାହାଠାରୁ ମୁକ୍ତି ପାଇବା କଷ୍ଟକର ହୋଇପଡିଛି । ଆପଣ ଜାଣନ୍ତି କି ବିଶ୍ୱରେ ୮.୩ ବିଲିୟନ ଷ୍ଟ୍ର ହିଁ ସମୁଦ୍ର କୂଳକୁ ପ୍ରଦୂଷିତ କରନ୍ତି । ଆମେରିକା ରେ ପ୍ରତ୍ୟକ ଦିନ ୫୦୦ ମିଲିୟନ ଷ୍ଟ୍ର ବ୍ୟବହୃତ ହୁଏ ।

ଏତେ ସଂଖ୍ୟାର ଷ୍ଟ୍ର ବ୍ୟବହାର ର ବିକଳ୍ପ ନିହାତି ଆବଶ୍ୟକ। ଏଭଳି ସ୍ଥିତିରେ ଭିଏତନାମ ନାମକ ଏକ ଦେଶ ରେ ଜଣେ ଯୁବକ ଯାହାଙ୍କ ନାମ ତରଣ ମିନ ଟାଇନ ଏକ ଗ୍ରାସ ଷ୍ଟ୍ର ତିଆରି କରିଛନ୍ତି ଯାହା ସାରା ବିଶ୍ୱରେ ବର୍ଷ କୁ ୮.୩ ବିଲିୟନ ପ୍ଲାଷ୍ଟିକ କୁ ଦେଶରୁ କାଢ଼ିପାରିବ । ଘାସ ରୁ ଷ୍ଟ୍ର ତିଆରି କରି ବ୍ୟବହାର କରିବାର ଉପାୟ ବାହାର କରିଛନ୍ତି । ଏହା ଦ୍ୱରା ସାରା ବିଶ୍ୱକୁ କିଛି ମାତ୍ରା ରେ ପ୍ଲାଷ୍ଟିକ ମୁକ୍ତ କରିହେବ । ଏହି ଷ୍ଟ୍ର କେମିକାଲ ମୁକ୍ତ ଏବଂ ଏହାକୁ ଆପଣ ଖାଦ୍ୟ ଖାଇସାରିବା ପରେ ଦାନ୍ତରେ ଚୋବାଇ ପାରିବେ ଏହା ଦାନ୍ତ ସଫା ରଖିବାରେ ସାହାଯ୍ୟ ମଧ୍ୟ କରିବା । ଏହି ଘାସରେରେ ଷ୍ଟ୍ର ୨ ପ୍ରକାର, ଗୋଟିଏ ହେଲା ଫ୍ରେଶ ଘାସରେ ଷ୍ଟ୍ର ଏବଂ ଅନ୍ୟଟି ଶୁଷ୍କ ଷ୍ଟ୍ର । ଏହି ଷ୍ଟ୍ର ର ଲମ୍ବା ୨୦ ସେଣ୍ଟିମିଟର ରହିଥିବା ବେଳେ ଏହା କୁ କେହିବି ମଣିଷ ଅତି ସୁବିଧାରେ ତିଆରି କରିପାରିବ । ଏହି ଘାସ କୁ ଆଣି ଏହାକୁ ସଫା କରି ସିଧା ଆପଣ ବ୍ୟବହାର କରିପାରିବେ କିମ୍ବା ଖରାରେ ଶୁଖାଇ ପରେ ମଧ୍ୟ ବ୍ୟବହାର କରିପାରିବେ । ଏହା ଦ୍ଵାରା ପରିବେଶ ସଫା ରହିବା ସହ କିଛି ମାତ୍ର ରେ ପ୍ରଦୂଷଣ ମୁକ୍ତ ବି ହୋଇପାରିବ ।