OnaKhabar

ଆସନ୍ତା ଦୁଇଦିନ ବର୍ଷା ହୋଇପାରେ

43

ଭୁବନେଶ୍ବର : ଆସନ୍ତା ଦୁଇଦିନ ରାଜ୍ୟରେ ଶୀତ ବଢ଼ିବ । ୨୮ ଓ ୨୯ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠାରୁ ରାଜ୍ୟରେ ଶୀତ ବଢ଼ିବ । ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ରମେଶ ଗରତିଆ କହିଛନ୍ତି, ଆସନ୍ତାକାଲି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତା’ସହିତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୮ତାରିଖରୁ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ । ଏପରିକି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ୨୮ତାରିଖରେ କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ବି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଏହାପରେ ପାଗ ବଦଳିବ । ଥଣ୍ଡା ବଢ଼ିବବଢିବା ସହିତ ରାତିର ତାପମାତ୍ରା କମିବ ।

ପ୍ରେମିକ ସହ ସମୟ ବିତାଇ ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ନାବାଳିକା କହିଲେ ଏମିତି ….