OnaKhabar

ସକାଳୁ ସକାଳୁ ଖାଆନ୍ତୁ ଗଜାମୁଗ ଆଉ ରୁହନ୍ତୁ ସୁସ୍ଥ..

192

ଗଜାମୁଗ ଖାଇଲେ ଶରୀର ପାଇଁ ବେଶ ଫାଇଦା ମିଳେ ବୋଲି ଡାକ୍ତରଙ୍କ ମତ । କାରଣ ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ ଏ, ଭିଟାମିନ ବି, ଭିଟାମିନ ବି ଏବଂ ଭିଟାମିନ ସି ଅଧିକ ପରିମାଣରେ ଅଛି । ତାହା ସହିତ ମ୍ୟାଗନେଲସିମ, କପର, ଫାଇବର, ପୋଟାସିୟମ, ଆଇରନ ଭଳି ଅନେକ ପୋଷକ ତତ୍ୱ ମୁଗରେ ରହିଥାଏ । ମୁଗ ସହିତ ଗଜା ମୁଗ ଖାଇଲେ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ।
୧. ଗଜାମୁଗ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କ କମ ହୋଇଥାଏ ।
୨.ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କ ପାଇଁ ସକାଳ ସମୟରେ ଗଜାମୁଗ ଖାଇବା ଅତ୍ୟନ୍ତ ଲାଭଦାୟକ । ଏଥିରେ ସୋଡ଼ିୟମ ନ ଥିବାରୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ।
୩.ସକାଳୁ ଉଠିବା ପରେ ଗଜାମୁଗ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ଯେଉଁ ଲୋକମାନଙ୍କରେ ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଛି । ସେମାନଙ୍କୁ ସକାଳୁ ଗଜାମୁଗ ଖାଇବା ଆରମ୍ଭ କରିବା ଦରକାର ।
୪.ଲିଭର ସମସ୍ୟାକୁ ଦୂର କରିବା ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗଜାମୁଗ ଖୁବ୍ ଭଲ ।