OnaKhabar

ଅଢେଇ ବର୍ଷ ଶିଶୁର ଜନ୍ମରୁ ମଳଦ୍ୱାର ନାହିଁ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

31

ଖଲ୍ଲିକୋଟ : ଗରିବ ଅସହାୟ ମହିଳା ଓ ଶିଶୁମାନଙ୍କ ପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି । ଗରିବ ଲୋକଙ୍କୁ ଚିକିତ୍ସା ସକାଶେ ସମସ୍ତ ସରକାରୀ ଓ କେତେକ ବେସରକାରୀ ଚିକିତ୍ସାଳୟରେ ମାଗଣାରେ କରାଇବାର ପ୍ରଚାର ପ୍ରସାର କରୁଥିବା ବେଳେ ଏହି ସମସ୍ତ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମପଞ୍ଚାୟତର ନୂତନ ବ୍ରହ୍ମପୁର ଗ୍ରାମର ଭଗବାନ ପାହନ ଓ ରୀତାରାଣୀ ପାହନଙ୍କ ଅଢ଼େଇ ବର୍ଷର ଶିଶୁ ପୁତ୍ର କେଦାର । ଶିଶୁର ଜନ୍ମରୁ ମଳଦ୍ୱାର ନଥିବା ଯୋଗୁଁ ଚିକିତ୍ସା କରାଯାଇ ଏକ ପାଇପ୍‍ ଦ୍ୱାରା ମଳତ୍ୟାଗ କରାଯାଉଛି ।

ବର୍ତ୍ତମାନ ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ ପିତା ମାତା ।  ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡ଼ାକ୍ତର କହିବା ପରେ ରୀତାରାଣୀଙ୍କ ପାଦତଳୁ ମାଟି ଖସିଯାଇଥିଲା । ସ୍ୱାମୀ ଭଗବାନ ଗୁଜୁରାଟର ସୁରତ ସହରରେ କାମ କରି ଯାହା ରାଜଗାର କରନ୍ତି ସେଥିରେ ଚାରୀପ୍ରାଣୀ କୁଟୁମ୍ବ ଚଳନ୍ତି । ଏତେ ପରିମାଣର ଟଙ୍କା କେଉଁଠୁ ଆଣିବେ ଓ କିପରି ପୁଅର ଚିକିତ୍ସା କରିବେ ସେହି ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ । ସରକାରୀ, କୌଣସି ଦାତବ୍ୟ ଅନୁଷ୍ଠାନ ବା ବ୍ୟକ୍ତି ସାହାଯ୍ୟ କଲେ ଅକାଳରେ ଝଡ଼ି ପଡ଼ୁଥିବା କୋମଳ ଶିଶୁର ଜୀବନ ବଞ୍ôଚଯାଇ ପାରନ୍ତା । ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହାନ୍ତି ତାହେଲେ ମୋବାଇଲ ନମ୍ବର ୯୭୭୬୭୪୦୩୦୮ ଓ ୬୩୭୨୦୧୧୨୬୦ରେ ଯୋଗାଯୋଗ କରିବା ପାଇଁ ଅନୁରାଧ କରିଛନ୍ତି ପରିବାର ଲୋକ ।