OnaKhabar

ପୋଷ୍ୟ ସନ୍ତାନ ଗ୍ରହଣ: ଉଭୟ ଗୃହିତ ଶିଶୁ ଓ ଗ୍ରହିତାଙ୍କ ଭବିଷ୍ୟତ ସୁରକ୍ଷିତ କରିବ

30

ବଲାଙ୍ଗିର,(ଦେବାଶିଷ ମିଶ୍ର)-ଏକ ସର୍ବେକ୍ଷଣ ରୁ ଜଣାପଡିଛି ଯେ ଭାରତରେ ପ୍ରାୟ ୩ କୋଟି ଶିଶୁ, ଗୋଟିଏ ପରିବାର ପାଇବାରୁ ବଞ୍ଚିତ ଅଛନ୍ତି । ଅନ୍ୟପଟେ ଲକ୍ଷ ଲକ୍ଷ ଯୁଗଳ ବନ୍ଧ୍ୟାତ୍ୱର ଶିକାର ହୋଇ ଶିଶୁଟିଏ ପାଇବାରୁ ବଞ୍ଚିତ ରହୁଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ, ଏ ଦୁହିଁଙ୍କ ସମସ୍ୟାର ଏକ ସମାଧାନ ହୋଇପାରେ । ଜନସାଧାରଣ କେବଳ ସ୍ନେହ ଓ ମମତା ସହ ଏହି ଶିଶୁମାନଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହା ସମ୍ଭବ ହୋଇ ପାରିଲେ ପ୍ରତି ଶିଶୁ ପାଇଁ ପରିବାରଟିଏ ମିଳିବା ସଙ୍ଗେ ସଙ୍ଗେ,ଜିଲ୍ଲା, ରାଜ୍ୟ ତଥା ଦେଶର ଅନେକ ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ରହିପାରିବେ ଭଳି ବିଭିନ୍ନ ନିଆରା ମତ ପ୍ରକାଶ ପାଇଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଜି ହୋଇଥିବା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରଶିକ୍ଷଣ ଶିବିରରେ ।

ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୧୭ ଅନୁଯାୟୀ, ଆଗ୍ରହି ପୋଷ୍ୟ ସନ୍ତାନ ପରିବାର ବା ବ୍ୟକ୍ତିଙ୍କୁ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ବିଧି ବ୍ୟବସ୍ଥା ସଂପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ର ଉଦ୍‌ଘାଟନ କରି କହିଥିଲେ ଯେ, ସରକାରଙ୍କ କିଶୋର ନ୍ୟାୟ ଆଇନ ୨୦୧୫ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଉଭୟ ପୋଷ୍ୟ ସନ୍ତାନ ଗ୍ରହିତା ତଥା ପୋଷ୍ୟ ସନ୍ତାନ ଭାବେ ଗୃହିତ ହୋଇଥିବା ଶିଶୁଙ୍କ ଭବିଷ୍ୟତ ଓ ସ୍ୱାର୍ଥ ସୁରକ୍ଷିତ ରହିବା ସହ ଶିଶୁ ପାଇଁ ପରିବାରଟିଏ ର ଲକ୍ଷ୍ୟ ମଧ୍ୟ ସାଧିତ ହୋଇପାରିବ । ଏହି ତାଲିମ ଶିବିରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ଲୋୟର ସୁକତେଲର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ କ୍ଷିରୋଦ୍ର ତ୍ରିପାଠି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନି ପ୍ରଧାନ, ଓଏଏସ୍ ପ୍ରବେସନ ଅଫିସର ବିଶ୍ୱନାଥ ସାହୁ, ଭୁବନ କୁମାର ଶତପଥି ଓ ଡା. ନମିତା ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ମହିଳା ସୁରକ୍ଷା ଅଧିକାରୀ ଭଗବତୀ ଗୁରୁ, ଆରଏଲ୍‌ଆଇ ନିରଞ୍ଜନ ଭୁୟାଁ, ଆଇସିଡିଏସ୍ ର ସୁରଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ଦେଇଥିôଲେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟା ସୁନିତା ତ୍ରିପାଠି । ପରେ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ସଚେତନତା ପାଇଁ ସାମାଜିକ କର୍ମୀ ସାରିକା ପୁରୋହିତ, ଅରୁଣ ଖୁଆସଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ଡିଆଇଇଟି ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଉକ୍ତ ର‌୍ୟାଲିରେ ସ୍ୱୟଂ ସହାୟକ ଦଳର କର୍ମକର୍ତ୍ତା ତଥା ସଭ୍ୟାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ପରେ ଦ୍ୱିତୀୟ ଅଧିବେଶନରେ ମାନସିକ ଚାପ ନିୟନ୍ତ୍ରଣ ଉପରେ ଏକ ପ୍ରଶିକ୍ଷଣ ଅଧିବେଶନ ଜିଲ୍ଲା ମାନସିକ ରୋଗ କାର୍ଯ୍ୟକ୍ରମର ପରିଚାଳକ ଡା. ସୁଖିଶ୍ୟାମ ତ୍ରିପାଠିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୧୪ଗୋଟି ବ୍ଲକର ଶିଶୁ ବିକାଶ ଅଧିକାରୀ, ମହିଳା ସୁପରଭାଇଜର, ଏସ୍‌ଏଚ୍‌ଜି ଫେଡେରେସନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଧାଂଶୁ କୁମ୍ଭାର, ଦିଗାମ୍ବର କର, ଚୁଡାମଣି ପଣ୍ଡା, ନିର୍ମଳ ଶର୍ମା, ଶେଷଦେବ ମହାକୁର, ସୁଦାମ ସୁନା, ଆଶିଷ ଖମାରୀ, ବିଷ୍ଣୁ ଛୁରା, ଅପୁ ଦାସ, ସମିର ସାଗର, ବବଲୁ ଡାଙ୍ଗ, କିଶୋର ସାହୁ, ହରେକୃଷ୍ଣ ପଶାୟତ ପ୍ରମୁଖ ପରିଚାଳନା ତଥା ସକ୍ରିୟ ସହଯୋଗ କରିଥିଲେ ।