OnaKhabar

ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଗ୍ରହଣ କଲେ ଓଡ଼ିଆ ପୁଅ ‘ୟଶ ମିଶ୍ର’

8

ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ୟଶ ମିଶ୍ର। ୟଶ ମିଶ୍ରଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅ‌ାୟ‌ୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୟଶଙ୍କ ସମେତ ଅନ୍ୟ ପ୍ରତିଭାଙ୍କୁ ବି ପୁରସ୍କାର ପ୍ରଦାନ କରାଯାଇଛି। ଡିଏଭି ଚନ୍ଦ୍ରଶେଖରପୁରରେ ପଢ଼ା ସାରି ୟଶ ଏବେ କୋଟାର ସାର୍ ପଦମପତ ସିଙ୍ଘାନିଆ ସ୍କୁଲରେ ପଢ଼ୁଛନ୍ତି। ସୂଚନା ମୁତାବକ, ୧୦ଜଣ ଝିଅଙ୍କ ସମେତ ୨୨ଜଣଙ୍କୁ ଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ପ୍ସମାଜସେବା, କଳା, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଓ ଉଲ୍ଲେଖନୀୟ କୃତିତ୍ୱରେ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ଦିଆଯାଇଥାଏ। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସିଙ୍ଗାପୁର ଏସିଆନ୍ ମ୍ୟାଥେମେଟିକ୍ସ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ବର୍ତ୍ତମାନ ପର‌୍ୟ୍ୟନ୍ତ ସେ ୪୦୦ଟି ପୁରସ୍କାର ଜିତି ସାରିଥିବା ବେଳେ ୨୦୦ଟି ପଦକ ହାସଲ କରି ସାରିଛନ୍ତି।