OnaKhabar

ଆଖି ବୁଜିଲେ ନକ୍ସଲ ନେତା ପାପା ରାଓ

31

ମାଲକାନଗିରି : ନକ୍ସଲ ନେତା ପାପା ରାଓଙ୍କ ଶେଷରେ ତାଙ୍କ ଶ୍ୱଶୁର ଘରେ ମୃତ୍ୟୁ ଘଟିଛି । ପାପାଙ୍କୁ ଧରାଇ ଦେଲେ କିମ୍ବା ଏନକାଉଣ୍ଟର କଲେ ୨୫ ଲକ୍ଷ ଟଙ୍କା ମିଳିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ନେତା ଥିଲେ ପାପା। ସେ  କିଛିଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ୪ ଦିନ ହେବ ଶ୍ୱଶୁର ଘରେ ଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ଟପ୍‌ ଲିଡର ରମନ୍ନାଙ୍କ ମୃତ୍ୟୁ ପରେ ସବୁ ଦାୟିତ୍ୱ ପାପା ହିଁ ସମ୍ଭାଳୁଥିଲେ । ରମନ୍ନାଙ୍କ ଡାହାଣ ହାତ ଭାବେ କାମ କରୁଥିଲେ ପାପା। ଅନେକ ବଡ଼ ବଡ଼ ନକ୍ସଲ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ପାପା। ସେଥିମଧ୍ୟରୁ ତାଡ଼ମେଟଲା ଜଙ୍ଗଲରେ ୭୬- CRPF ଯବାନଙ୍କୁ ଆମ୍ବୁସ ବିଛାଇ ମାରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ପାପା। ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଉଡାଇବା ଭଳି ଅନେକ ବଡ଼ ବଡ଼ ହିଂସାକାଣ୍ଡ ଘଟାଇବାରେ ପାପାର ମୁଖ୍ୟ ଭୂମିକା ଥିଲା ବୋଲି ଜଣାପଡିଛି |