OnaKhabar

ସ୍ତ୍ରୀ ଏପରି କଲା ସ୍ୱାମୀ ସହ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

182

ମାଲକାନଗିରି: ପରିବାରରେ ପ୍ରାୟତଃ ଭୁଲ ବୁଝାମଣା ଯୋଗୁଁ କଳହ ସୃଷ୍ଟି ହୋଇଥାଏ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ । କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି କାରଣରୁ ଉତକ୍ଷିପ୍ତ ହୋଇ ସ୍ତ୍ରୀ ତା’ର ସ୍ୱାମୀକୁ କଟୁରୀରେ ହାଣିଥିବା ଜଣାପଡିଛି । ମୃତ ସ୍ୱାମୀଙ୍କ ନାମ ଆନ୍ତୁ ମୁଦୁଲି ଓ ହତ୍ୟାକାରୀ ସ୍ତ୍ରୀଙ୍କ ନାମ ଚନ୍ଦ୍ରମା ମୁଦୁଲି ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ବାଲିମେଳା ଥାନା ଅଞ୍ଚଳସ୍ଥ ଆପନମଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ସ୍ତ୍ରୀ ଚନ୍ଦ୍ରମା ରାଗି ଯାଇ ପାଖରେ ଥିବା ଏକ କଟୁରୀ ଆଣି ଆନ୍ତୁ ମୁଦୁଲିଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ନିଜ ମଥାରୁ ସିନ୍ଦୂର ପୋଛି ଦେଇଛି ସ୍ତ୍ରୀ ।

ଏହି ଆକ୍ରମଣରେ ଆନ୍ତୁ ମୁଦୁଲି ଚଟାଣରେ ପଡ଼ି ଛଟପଟ ହୋଇଥିଲେ। କିଛି ସମୟ ପରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ବାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ଓ ଏସଆଇ ନୀଳାଦ୍ରି ଚରଣ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି । ଏହି ହତ୍ୟାକାଣ୍ଡର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।